Below header

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଭେଟିଲେ ହାଇଟେକ ମେଡିକାଲ ଗ୍ରୁପ ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀ

କେନ୍ୟୁଜ୍: ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କଲେ ହାଇଟେକ ମେଡିକାଲ ଗ୍ରୁପର ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀ । ରାଉରକେଲା ହାଇଟେକ ମେଡିକାଲରେ ଆଡମିସନ ସହ ଆଗକୁ ଏମବିବିଏସ ସିଟ ସଂଖ୍ୟା ବୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ ସେବା କିଭଳି ଲୋକଙ୍କୁ ଯୋଗାଇଦେବ ସେନେଇ ଆଲୋଚନା କରିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ଆଗକୁ ସ୍ୱାସ୍ଥ୍ୟ ସେବାରେ ଅନିୟମିତତା ନେଇ ବିଭିନ୍ନ ମେଡିକାଲରେ ଚଢାଉ ଓ ଯାଞ୍ଚ ଜାରି ରହିବ । ଏହାସହ ମୁଖ୍ୟମନ୍ତ୍ରୀଙ୍କ 5-Tକୁ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦେଉଛି ସ୍ୱାସ୍ଥ୍ୟ ବିଭାଗ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.