ବିଶ୍ୱକପ୍‌ ହକି ଚାମ୍ପିଅନ୍‌ ଖେଳାଳି ମାଇକେଲ କିଣ୍ଡୋଙ୍କ ରାଉରକେଲା ଠାରେ ପରଲୋକ

ରାଉରକେଲା (କେ ନ୍ୟୁଜ୍‌) : ପୂର୍ବତନ ହକି ଖେଳାଳି ଓ ଅର୍ଜୁନ ପୁରସ୍କାର ପାଇଥିବା ମାଇକେଲ କିଣ୍ଡୋଙ୍କ ପରଲୋକ। ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଜିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି । ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା । ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ । ତାଙ୍କୁ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଆଜି ସକାଳେ ତାଙ୍କ ଦେହ ଅଧିକ ଅସୁସ୍ଥ ହୋଇପଡିଥିଲା।

KINDO-2

ମାଇକେଲ କିଣ୍ଡୋଙ୍କ ଜନ୍ମ ଝାଡ଼ଖଣ୍ଡରେ । ତେବେ ପରବର୍ତ୍ତୀ ସମୟରେ ସେ ଓଡ଼ିଶାକୁ ନିଜର କରି ନେଇ ରାଉରକେଲାରେ ରହୁଥିଲେ । ସେ ୧୯୭୨ ମସିହାରେ ଅଲିମ୍ପିକ୍ସରେ ଭାରତୀୟ ହକି ଦଳରେ ସ୍ଥାନ ପାଇଥିଲେ । ସେହି ଥର ଦଳ ବ୍ରେଞ୍ଜ ପଦକ ଜିତି ଥିଲା । ୧୯୭୫ ମସିହାରେ ହକି ବିଶ୍ୱକପରେ ଭାରତୀୟ ଦଳ ଚାମ୍ପିଅନ୍‌ ହୋଇଥିଲା । ଏହି ଦଳର ପ୍ରମୁଖ ସଦସ୍ୟ ଥିଲେ କିଣ୍ଡୋ । ଏକ ସମୟରେ ଭାରତୀୟ ଦଳର ମେରୁଦଣ୍ଡ କୁହାଯାଉଥିବା ଏହି ଖେଳାଳି ଫୁଲ୍‌ବ୍ୟାକ୍‌ ପୋଜିସନ୍‌ରେ ଖେଳୁଥିଲେ ।

KINDO-3

ପରବର୍ତ୍ତୀ ସମୟରେ ତାଙ୍କୁ ଦେଶର ମର୍ଯ୍ୟାଜନକ କ୍ରୀଡ଼ା ସମ୍ମାନ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଥିଲା । ୧୯୪୭ ମସିହା ଜୁନ୍‌ ୨୦ ତାରିଖରେ ଜନ୍ମ ନେଇଥିବା ମାଇକେଲ କିଣ୍ଡୋ ଆଜି ୨୦୨୦ ବର୍ଷର ଶେଷ ଦିନରେ ପ୍ରାଣ ତ୍ୟାଗ କରିଛନ୍ତି । ସେ ବର୍ଷ ବର୍ଷ ଧରି ଓଡ଼ିଶାରେ ରହି ଆସୁଥିଲେ ମଧ୍ୟ ତାଙ୍କୁ ଓଡ଼ିଶାର ବୋଲି କୁହା ଯାଉନଥିବାରୁ କିଣ୍ଡୋଙ୍କ ମନରେ ଅବସୋସ ରହି ଯାଇଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.