ଅୟସ ଆରାମ ପାଇଁ ହନିଟ୍ରାପ ଫଣ୍ଡା, ସାଥ ଦେଉଥିଲେ ଇରାନୀଙ୍କ ସ୍ୱାମୀ

ବଡ଼ବଡ଼ିଆ ଲୋକ,ବ୍ୟବସାୟୀ ଓ ଛାତ୍ରଙ୍କୁ ହନିଟ୍ରାପ ରେ ଫସାଇ ଟଙ୍କା ଠକୁଥିଲା ଇରାନୀ ପାତ୍ର ଗ୍ୟାଙ୍ଗ । ସାଥ ଦେଉଥିଲେ ଇରାନୀଙ୍କ ସ୍ୱାମୀ । ପୋଲିସ ଜେରା ବେଳେ ସତ ଉଗାରିଛନ୍ତି ନିଶିକାନ୍ତ ପାତ୍ର ।

କେନ୍ୟୁଜ୍(ବ୍ୟୁରୋ):ଅୟସ ଆରାମ ପାଇଁ ହନିଟ୍ରାପ ଫଣ୍ଡା । ବଡ଼ବଡ଼ିଆ ଲୋକ,ବ୍ୟବସାୟୀ ଓ ଛାତ୍ରଙ୍କୁ ହନିଟ୍ରାପ ରେ ଫସାଇ ଟଙ୍କା ଠକୁଥିଲା ଇରାନୀ ପାତ୍ର ଗ୍ୟାଙ୍ଗ । ସାଥ ଦେଉଥିଲେ ଇରାନୀଙ୍କ ସ୍ୱାମୀ । ପୋଲିସ ଜେରା ବେଳେ ସତ ଉଗାରିଛନ୍ତି ନିଶିକାନ୍ତ ପାତ୍ର । ତାଙ୍କ ବ୍ୟାଙ୍କ ଆକାଉଣ୍ଟସ କାରବାର ତଥ୍ୟ ପାଇଛି ପୋଲିସ । ୩ ଜଣ ବ୍ୟକ୍ତିଙ୍କ ଆକାଉଣ୍ଟରୁ ଟଙ୍କା ଆସିଥିବା ତଦନ୍ତରୁ ଜଣାପଡିଛି । କିଛି ଟଙ୍କା ଫୋନ ପେ’ରେ ଆସିଥିବା ବେଳେ କିଛି ଟଙ୍କା ଡିପୋଜିଟ କରାଯାଇଛି । ହନିଟ୍ରାପ କୁଇନ ଇରାନୀଙ୍କ ସ୍ବାମୀ ନିଶିକାନ୍ତଙ୍କର ଆଉ ଆକାଉଣ୍ଟ ଅଛି କି ନାହିଁ ଯାଞ୍ଚ କରୁଛି ଭୁବନେଶ୍ବର ତମାଣ୍ଡୋ ଥାନା ପୋଲିସ ।

 
ଦୁଇ ଦିନିଆ ରିମାଣ୍ଡରେ ଆଣି ନିଶିକାନ୍ତକୁ ଜେରା କରୁଛି ପୋଲିସ । ଆବଶ୍ୟକ ପଡ଼ିଲେ ଇରାନୀଙ୍କୁ ମଧ୍ୟ ରିମାଣ୍ଡରେ ଅଣାଯିବ । ଗତକାଲି ନାରୋଗଦାରେ ଭଡ଼ା ଘରକୁ ନିଶିକାନ୍ତଙ୍କୁ ନେଇ କ୍ରାଇମ ସିନ ରିକ୍ରିଏସନ କରିଥିଲା ପୋଲିସ । ଯଦି କେହି ଏଭଳି ହନିଟ୍ରାପ ଶିକାର ହେଉଛନ୍ତି ସଙ୍ଗେ ସଙ୍ଗେ ଥାନାରେ ଅଭିଯୋଗ କରନ୍ତୁ । ଲୋକ ଲଜ୍ଜା ଭୟରେ କେହି ଚୁପ ନରହିବାକୁ ବରିଷ୍ଠ ଆଇନଜୀବୀ ପରାମର୍ଶ ଦେଇଛନ୍ତି ।  ଇରାନୀ ହନିଟ୍ରାପ ମାମଲାରେ ଏଯାଏଁ ୫ ଜଣଙ୍କୁ ପୋଲିସ ଗିରଫ କରିଛି । ଏହି ଘଟଣାରେଆଉ କେଉଁ ମାନେ ସମ୍ପୃକ୍ତି ଅଛନ୍ତି ସେନେଇ ଅଧିକ ଖୋଳତାଡ଼ ଜାରି ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.