Below header

ଖୋଲୁଛି ହନିଟ୍ରାପ୍ କୁଇନ ଗୁମର: ବିରିୟାନି, ମଦ ସହ ଘରକୁ ଡାକି କରୁଥିଲେ ବ୍ଲାକମେଲ; ଅଭିଯୋଗ କଲେ ଛାତ୍ର

ହନିଟ୍ରାପ ଓ ବ୍ଲାକମେଲ କରି ଲୁଟିଛି କୋଟିକୋଟି ଟଙ୍କା । ବ୍ଲାକମେଲର ଇରାନୀ ପାତ୍ର ଗ୍ୟାଙ୍ଗର ଗୋଟିଏ ପରେ ଗୋଟିଏ ଗୁମର ପଦାକୁ ଆସିବାରେ ଲାଗିଛି। ଭୁବନେଶ୍ବର ତମାଣ୍ଡୋ ଥାନାର ଦ୍ୱାରସ୍ଥ ହେଲେ କମ୍ପିଟେଟିଭ ଛାତ୍ର । ବିରିୟାନି ମଦ ସହ ଘରକୁ ଡାକି ଇରାନୀ ତାଙ୍କୁ ବ୍ଲାକମେଲ କରିଥିବା ଅଭିଯୋଗ ହୋଇଛି ।

ଭୁବନେଶ୍ବର (କେନ୍ୟୁଜ): ଖୋଲୁଛି କୁଇନ ଇରାନୀ ହନିଟ୍ରାପ୍ ଜାଲର ଗୁମର । ହନିଟ୍ରାପ ଓ ବ୍ଲାକମେଲ କରି ଲୁଟିଛି କୋଟିକୋଟି ଟଙ୍କା । ବ୍ଲାକମେଲର ଇରାନୀ ପାତ୍ର ଗ୍ୟାଙ୍ଗର ଗୋଟିଏ ପରେ ଗୋଟିଏ ଗୁମର ପଦାକୁ ଆସିବାରେ ଲାଗିଛି। ଭୁବନେଶ୍ବର ତମାଣ୍ଡୋ ଥାନାର ଦ୍ୱାରସ୍ଥ ହେଲେ କମ୍ପିଟେଟିଭ ଛାତ୍ର । ବିରିୟାନି ମଦ ସହ ଘରକୁ ଡାକି ଇରାନୀ ତାଙ୍କୁ ବ୍ଲାକମେଲ କରିଥିବା ଅଭିଯୋଗ ହୋଇଛି । ଦୁଷ୍କର୍ମ କରିବା ଅଭିଯୋଗରେ ୨ ଲକ୍ଷ ଟଙ୍କା ଦାବି କରିଥିଲେ ହନିଟ୍ରାପ କୁଇନ । ଲୋକଲଜ୍ଜା ଭୟରେ ସେତେବେଳେ ଥାନାର ଦ୍ୱାରସ୍ଥ ହୋଇନଥିଲେ ଛାତ୍ର ଜଣକ ।

ସେହିପରି ଗ୍ରୋସରୀ ଦୋକାନୀ ତାଙ୍କ ଜାଲରେ ପଡ଼ିଥିଲେ । ରାସନ କିଣିବା ବେଳେ ମଧୁଫାଶରେ ପଡ଼ିଥିଲେ ଦୋକାନୀ । କିଛି ଡାକ୍ତର, ବିଲ୍ଡର, ରାଜନେତା ଠକେଇର ଶିକାର ହୋଇଥିବା ସନ୍ଦେହ କରାଯାଉଛି । ଖୁବଶୀଘ୍ର ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିପାରେ ତମାଣ୍ଡୋ ଥାନା ପୋଲିସ । ପୂର୍ବରୁ ଚିକିତ୍ସା ବାହାନାରେ ଡାକି ଜଣେ ଡାକ୍ତରଙ୍କୁ ହାନିଟ୍ରାପ ଘଟଣାରେ ଲେଡିଡନ୍ ଇରାନୀ ଓ ୩ ସହଯୋଗୀ ଗିରଫ ହୋଇଛନ୍ତି । ଅଧିକ ପଚରାଉଚରା ପାଇଁ ଖୁବଶୀଘ୍ର ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିପାରେ ତମାଣ୍ଡୋ ଥାନା ପୋଲିସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.