ହନିଟ୍ରାପ କୁଇନ ଇରାନୀର କାରନାମା: ମୁହଁରେ ମାସ୍କ ପିନ୍ଧି ଫୁଙ୍ଗୁଳା ଦେହରେ କରୁଥିଲା ଭିଡ଼ିଓ କଲ

ଡେଟିଂ ସାଇଟର ଆକ୍ଟିଭ ମେମ୍ବର ଥିଲା ଇରାନୀ, କଥା ହେବା ବେଳେ ନିଜକୁ ଟେଲି ଅଭିନେତ୍ରୀ ବୋଲି ଦର୍ଶାଉଥିଲା ଇରାନୀ। ଦେଢ଼ ଲକ୍ଷ ଟଙ୍କାର ମୋବାଇଲ ବ୍ୟବହାର କରୁଥିଲା ହନିଟ୍ରାପ କୁଇନ।  ନ୍ୟୁଡ଼ ଭିଡିଓ କଲ ନେଲେ ନିଜେ ମଦ ପିଉଥିଲା ଇରାନୀ।

ଭୁବନେଶ୍ବର(କେନ୍ୟୁଜ୍): ମୁହଁରେ ମାସ୍କ ପିନ୍ଧି ନ୍ୟୁଡ଼ କଲ କରୁଥିଲା ଇରାନୀ ପାତ୍ର। ଡେଟିଂ ସାଇଟର ଆକ୍ଟିଭ ମେମ୍ବର ଥିଲା ଇରାନୀ  । ଫୁଙ୍ଗୁଳା ଦେହରେ ବଡ଼ବଡ଼ିଆଙ୍କୁ କରୁଥିଲା ଭିଡିଓ କଲ। ପରେ ଏହାର ସ୍କିନ ରେକର୍ଡ କରି ଚଳାଇଥିଲା ବ୍ଲାକମେଲ ସାମ୍ରାଜ୍ୟ । କଥା ହେବା ବେଳେ ନିଜକୁ ଟେଲି ଅଭିନେତ୍ରୀ ବୋଲି ଦର୍ଶାଉଥିଲା ଇରାନୀ। ଦେଢ଼ ଲକ୍ଷ ଟଙ୍କାର ମୋବାଇଲ ବ୍ୟବହାର କରୁଥିଲା ହନିଟ୍ରାପ କୁଇନ।  ନ୍ୟୁଡ଼ ଭିଡିଓ କଲ ନେଲେ ନିଜେ ମଦ ପିଉଥିଲା ଇରାନୀ।

ରିମାଣ୍ଡରେ ଆସିବା ପରେ ଠକେଇ ସାମ୍ରାଜ୍ୟର ଗୁମର ଖୋଲିବ ସ୍ୱାମୀ ନିଶିକାନ୍ତ ପାତ୍ରକୁ ରିମାଣ୍ଡରେ ଆଣି ଜେରା କରିବ ତମାଣ୍ଡୋ ପୋଲିସ।  ଭୁବନେଶ୍ୱର ଏସଡିଜେଏମ ରେ ୫ ଦିନ ରିମାଣ୍ଡ ପାଇଁ ଆବେଦନ କରିଛି ପୋଲିସ  ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ରେକର୍ଡ ଥିବା ଡିଭାଇସ୍ ଖୋଜୁଛି ପୋଲିସ। ୫ ଅଭିଯୁକ୍ତଙ୍କ ସିଡ଼ିଆର ଆନାଲିସିସ ପାଇଁ ଚାଲିଛି ଖୋଳତାଡ଼। ଆକାଉଣ୍ଟ ଟ୍ରାଞ୍ଜକ୍ସନ ଯାଞ୍ଚ ପାଇଁ ବ୍ୟାଙ୍କ କୁ ଲେଖାଯାଇଛି ଚିଠି। ଜଣେ ଡାକ୍ତରଙ୍କୁ ଟ୍ରାପ କରି ୨୫ ଲକ୍ଷ ଦାବି କରୁଥିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ କରିଛି ତମାଣ୍ଡୋ ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.