ବିରାଟ କୋହଲିଙ୍କ ନକଲ କଲେ ଈଶାନ କିଶନ, ଏମିତି ଜବାବ ଦେଲେ କୋହଲି: ଭିଡିଓ ଭାଇରଲ

ବିରାଟଙ୍କ ନକଲ କରିବାକୁ ଚେଷ୍ଟା କରୁଥିଲେ ଈଶାନ କିଶନ । ଆଉ ସାଥି ଖେଳାଳିଙ୍କ ସହିତ ଦେଖୁଥିଲେ ବିରାଟ କୋହଲି । ଈଶାନଙ୍କ ନକଲ ଦେଖିବା ପରେ ବିରାଟ ଦେଲେ ଏଭଳି ପ୍ରତିକ୍ରିୟା । ଯାହାର ଭିଡିଓ ଭାଇରଲ ହେଉଛି ।

ଏସିଆ କପ୍‌ ଜିତିବା ପରେ ଭାରତୀୟ ଖେଳାଳି ଖୁସି ରହିଛନ୍ତି । ଏସିଆ କପ୍‌ ଚାମ୍ପିଅନ ହେବା ପରେ ପଡିଆରେ ସବୁ ଖେଳାଳି ଏକାଠି ହୋଇଥିଲେ । ଏହି ସମୟରେ ଈଶାନ କିଶନ ବିରାଟ କୋହଲିଙ୍କ ଚାଲିବା ନକଲ କରୁଥିବାର ଭିଡିଓ ଭାଇରଲ ହେଉଛି । ଯାହାକୁ ଦେଖି ଫ୍ୟାନ୍ସ ହସି ହସି ବେଦମ ହେଉଛନ୍ତି ।

ଭିଡିଓରେ ଦେଖିବାକୁ ମିଳିଛି କି, ବିରାଟଙ୍କ ନକଲ କରି ଈଶାନ ପ୍ରଥମ ଚାଲି ଚାଲି ଯାଉଛନ୍ତି । ପୁଣି ଥରେ ସାଥି ଖେଳାଳିଙ୍କ ପାଖକୁ ଆସିଯାଉଛନ୍ତି । ତା’ ପରେ ବିରାଟ କୋହଲି ନିଜେ ଚାଲି କରି ଦେଖାଉଛନ୍ତି । ଏହାକୁ ଦେଖିବା ପରେ ପୁଣିଥରେ ଈଶାନ କିଶନ ବିରାଟଙ୍କ ଭଳି ଚାଲୁଛନ୍ତି । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ଏସିଆ କପ୍‌ ୨୦୨୩ ବିରାଟ କୋହଲି ଏବଂ ଈଶାନ କିଶନ ଭଲ ପ୍ରଦର୍ଶନ କରିଥିଲେ । ସେଥିପାଇଁ ଈଶାନ ଫାଇନାଲ ମ୍ୟାଚରେ ଓପନିଂ କରିବାକୁ ଆସିଥିଲେ । ଶୁବମନଙ୍କ ସହିତ ଈଶାନ ଓପନିଂ କରି ୫୧ ରନ କରି ଭାରତକୁ ଫାଇନାଲରେ ଜିତାଇଥିଲେ ।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା । ହେଲେ ସିରାଜଙ୍କ ବୋଲିଂ ଆଗରେ ସବୁ ଫିକା ପଡିଯାଇଥିଲା । ୭ ଓଭର ବୋଲିଂ କରି ସେ ମାତ୍ର ୨୧ ରନ୍ ଖର୍ଚ୍ଚ କରିଥିବା ବେଳେ ଶ୍ରୀଲଙ୍କାର ୬ଟି ୱିକେଟ ଅକ୍ତିଆର କରିଥିଲେ ସିରାଜ । ତେଣୁ ତାଙ୍କୁ ମ୍ୟାନ୍‌ ଅଫ ଦ ମ୍ୟାଚ୍‌ ଆଓ୍ଵାର୍ଡ ମିଳିଥିଲା । ଆଉ ଏହି ଆଓ୍ଵାର୍ଡରେ ମିଳିଥିବା ପୁରସ୍କାର ରାଶିକୁ ସେ ତୁରନ୍ତ ଶ୍ରୀଲଙ୍କାର ସମସ୍ତ ଗ୍ରାଉଣ୍ଡଷ୍ଟାଫଙ୍କୁ ପ୍ରଦାନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.