ଆସୁଛି ସାଧାରଣ ନିର୍ବାଚନ, ଆରମ୍ଭ ହୋଇ ସାରିଛି ହୋର୍ଡିଂ ୱାର

ଭୁବନେଶ୍ବର : ନିର୍ବାଚନ ଯେତେ ପାଖେଇ ଆସୁଛି ସେତିକି ବଢିଛି ହୋଡିଂ ଓ୍ଵାର । ବିଭିନ୍ନ ରାଜନୈତିକ ଦଳ ନିଜର ପ୍ରଚାର ପାଇଁ ବଡ ବଡ ହୋଡିଂ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଲଗାଇଛନ୍ତି । ବିଜେପି କହିଛି କେନ୍ଦ୍ର ସରକାର ଜନ ସାଧାରଣଙ୍କ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି । ଏହି ଯୋଜନା ବିଷୟରେ ଲୋକଙ୍କୁ ସଚେତନତା କରିବାକୁ ହୋଡିଂ ଲଗାଯାଉଛି । ବିଜେଡି କହିଛି ଓଡିଶାବାସୀ ରାଜ୍ୟ ସରକାରଙ୍କ ଯୋଜନା ବିଷୟରେ ହୋଡିଂ ମାଧ୍ୟମରେ ଜାଣି ପାରୁଛନ୍ତି । ବିଷେଶ କରି କାଳିଆ ଯୋଜନାରେ ହୋଡିଂ ଲଗାଯିବା କାରଣରୁ କୃଷକ ସଚେତନ ହେଉଛନ୍ତି, ଆବେଦନ କରୁଛନ୍ତି ।

କେନ୍ଦ୍ରରେ ବିଜେପି ରାଜ୍ୟରେ ବିଜେଡି। ହୋର୍ଡିଂ ୱାରରେ ପଛରେ ପଡିଛି କଂଗ୍ରେସ। କଂଗ୍ରେସ କହିଛି ଉଭୟ ବିଜେଡି ଏବଂ ବିଜେପି ନିଜର ଆତ୍ମପ୍ରଚାର କରିବା ପାଇଁ ସରକାରୀ ତହବିଲରୁ କୋଟି କୋଟି ଟଙ୍କା ହୋଡିଂ ବାବଦରେ ଖର୍ଚ୍ଚ କରୁଛନ୍ତି ।  କେବଳ ରାଜନୈତିକ ଦଳ ନୁହଁ, ଭୋଟରଙ୍କୁ ସଚେତନ କରିବାକୁ ହୋଡିଂର ସାହାରା ନେଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ। ବିଭିନ୍ନ ନୀତି ନିୟମ ବିଷୟରେ ଭୋଟରଙ୍କୁ ଜଣାଇବା ପାଇଁ ଲଗାଯାଇଛି ହୋଡିଂ।

Leave A Reply

Your email address will not be published.