କନ୍ଧମାଳ ପାଇଁ ୪ଟି ନୂଆ ପ୍ରକଳ୍ପ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କନ୍ଧମାଳ : କନ୍ଧମାଳକୁ ନବୀନଙ୍କ ୪ଟି ପ୍ରକଳ୍ପ ଭେଟି। ନୂଆଭିଜାପଦରଠାରେ ସାଲୁଙ୍କି ନଦୀ ଉପରେ ୧୫କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ହାଇଲେଭଲ ବ୍ରିଜ। ବାଲିଗୁଡ଼ା ଏନଏସି ପାଇଁ ୭କୋଟି ଟଙ୍କା ବ୍ୟୟରେ ହେବ ପାଇପ ଜଳ ଯୋଗାଣ। ରାଇକିଆ-ମାଣିକେଶ୍ୱରୀ-କରଡ଼ା ରାସ୍ତା ନିର୍ମାଣ ପାଇଁ ବ୍ୟୟ ହେବ ୧୬ କୋଟି ଟଙ୍କା। ଖମାରୀଖୋଲ- ଗୁଡ଼ିମାସ୍କା ରାସ୍ତାର ଉନ୍ନତିରେ ୮ କୋଟି ବ୍ୟୟ କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦିନିକିଆ ଫୁଲବାଣୀ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ୨୫୦ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି। ୫୭ କୋଟି ଟଙ୍କା ବ୍ୟୟରେ ୧୯ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି। ୧୭୭ କୋଟି ଟଙ୍କା ବ୍ୟୟରେ ୪୭ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଫୁଲବାଣୀ ଗସ୍ତରେ ଯାଇ କନ୍ଧମାଳ ଷ୍ଟାଡିୟମରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ନବୀନ। ସେଠାରେ ବିଜୁ ଯୁବବାହିନୀର ଯୁବ ସମାବେଶରେ ଉଦବୋଧନ ଦେଇଥିଲେ। କନ୍ଧମାଳ, ଗଞ୍ଜାମ, ଗଜପତି, ନୟାଗଡ଼, ବୌଦ୍ଧର ବିଜୁ ଯୁବ ବାହିନୀର ସ୍ୱେଚ୍ଛାସେବୀ ଏଥିରେ ଅଂଶଗ୍ରହଣ କରିଥିଲେ। ଯୁବ ସ୍ୱେଚ୍ଛାସେବୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ ନବୀନ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ଫୁଲବାଣୀରେ ଅନେକ ଉତ୍ସାହ ଦେଖାଯାଇଥିଲା। ଏନେଇ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।.

Leave A Reply

Your email address will not be published.