Below header

ସିରିଜ୍‌ ହାରିଲା ଦଳ ହେଲେ କ୍ରିକେଟ୍‌ ମଇଦାନରେ ଧୋନି ରଖିଲେ ତ୍ରିରଙ୍ଗାର ସମ୍ମାନ, କେମିତି ?

ହାମିଲଟନ୍‌ : ଆଜି ଲଢ଼େଇ କରି ମାତ୍ର ୪ ରନ୍‌ରେ ଶେଷ ଟି-୨୦ ମ୍ୟାଚ୍‌ ହାରିଗଲା ଭାରତୀୟ ଦଳ । ନ୍ୟୁଜିଲାଣ୍ଡ ସିରିଜ୍‌ ଜିତିଲା । ତେବେ ଏହି ମ୍ୟାଚ୍‌ରେ ମହେନ୍ଦ୍ର ସିଂହ ଧୋନି ଏମିତି କିଛି କାରନାମା କଲେ ଯାହାର ଖେଳ ସହିତ ସିଧାସଳଖ କିଛି ସମ୍ପର୍କ ନଥିଲା । ତଥାପି ସେ ହିରୋ ବନିଗଲେ ଓ ତାଙ୍କ କାରନାମାର ଭିଡିଓ ମଧ୍ୟ ଭାଇରାଲ ହୋଇଗଲା । ଘଟଣାଟି ହେଲା ଏମିତି । ଧୋନି ତାଙ୍କର ୩୦୦ ତମ ଟି-୨୦ ମ୍ୟାଚ୍‌ରେ ଓ୍ଵିକେଟ୍‌ କିପିଂ କରୁଥିବା ବେଳେ ତାଙ୍କର ଜଣେ ପ୍ରଶଂସକ ହାତରେ ତ୍ରିରଙ୍ଗା ଧରି ପଡ଼ିଆ ଭିତରକୁ ପଶି ଆସିଲେ । ସେ ଧୋନିଙ୍କ ପାଦ ଛୁଇଁଲା ବେଳକୁ ପତାକାଟି ଧୋନିଙ୍କ ପାଦ ଆଡ଼କୁ ଯାଉଥିଲା । ଏହା ତାଙ୍କ ପାଦରେ ବାଜିବା ପୂର୍ବରୁ ତୁରନ୍ତ ଧୋନି ତ୍ରିରଙ୍ଗାଟିକୁ ତାଙ୍କ ଠାରୁ ଛଡ଼ାଇ ଆଣିଲେ । ଏହି ଭିଡିଓ ଏବେ ସାରା ବିଶ୍ୱରେ ଭାଇରାଲ ହୋଇଛି । ଆଉ ଖୁବ୍‌ ପ୍ରଶଂସା ସାଉଁଟିଛନ୍ତି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.