ପ୍ରସିଦ୍ଧ ଶୈବପୀଠ ବାବା ବାଲି କପିଳେଶ୍ୱରରେ କ୍ଷୀର ସାଗର ମେଳା, ହଜାର ହଜାର ଲିଟର କ୍ଷୀରରେ ସ୍ନାନ କରିଥାନ୍ତି ପ୍ରଭୂ

ପୁରୀ : ପୁରୀ ଜିଲ୍ଳାର ଅନ୍ୟତମ ଶୈବପୀଠ ବାବା ବାଲି କପିଳେଶ୍ୱର ପୀଠ । ମାଘ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ଏଠାରେ ଆୟୋଜିତ ହୋଇଥାଏ କ୍ଷୀର ସାଗର ମେଳା । ହଜାର ହଜାର ଲିଟର କ୍ଷୀରରେ ସ୍ନାନ କରିଥାନ୍ତି ବାବା ବାଲି କପିଳେଶ୍ୱର । ଘଣ୍ଟଘଣ୍ଟା, ହୁଳହୁଳି ଓ ଶଙ୍ଖଧ୍ୱନିରେ କମ୍ପି ଉଠିଥାଏ ମନ୍ଦିର ପରିସର । ଏହି ଅବସରରେ ବହୁ ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଜମିଥାଏ ।

ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଯାଦବମାନେ ଏଥିରେ ସାମିଲ ହୋଇଥାନ୍ତି । ଦୀର୍ଘ ୧୧ ବର୍ଷ ଧରି ଆୟୋଜିତ ଏହି କ୍ଷୀର ସାଗର ମେଳାରେ ଜିଲ୍ଳା ତଥା ଜିଲ୍ଳା ବାହାରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗଦେଇଥାନ୍ତି । ବଳକା କ୍ଷୀରରେ ଖୀରି ପ୍ରସ୍ତୁତ କରାଯାଇ ପ୍ରସାଦ ଭାବେ ଶ୍ରଦ୍ଧାଳୁମାନଙ୍କୁ ବଣ୍ଟାଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.