Below header

ଉତ୍ତର ପ୍ରଦେଶକୁ ବାଣ୍ଟି ନେଲେ ପ୍ରିୟଙ୍କା ଓ ଜ୍ୟୋତିରାଦିତ୍ୟ

ନୂଆଦିଲ୍ଲୀ : ପ୍ରିୟଙ୍କା ଗାନ୍ଧି ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଭିତରେ ଆସନ ଭାଗବଣ୍ଟା । ଉତ୍ତର ପ୍ରଦେଶର ମୋଟ୍‌ ୮୦ଟି ଲୋକସଭା ଆସନକୁ ସେମାନେ ନିଜ ଭିତରେ ଆଲୋଚନା କରି ବାଣ୍ଟି ନେଇଛନ୍ତି । ଏ ଦୁହେଁ କଂଗ୍ରେସ ଦଳ ପକ୍ଷରୁ ଉତ୍ତର ପ୍ରଦେଶର ରାଜ୍ୟ ଦାୟିତ୍ୱରେ ରହିଛନ୍ତି । ତେଣୁ ନିଜ ଭିତରେ ଆଲୋଚନା କରି ଆଗମୀ ନିର୍ବାଚନ ପୂର୍ବରୁ କିଏ କେଉଁ ନିର୍ବାଚନ ମଣ୍ଡଳୀ ଦାୟିତ୍ୱ ନେବେ ଓ ପ୍ରଚାର କରିବେ ତାହା ଚୂଡ଼ାନ୍ତ କରିଛନ୍ତି । ପ୍ରିୟଙ୍କାଙ୍କୁ ପୂର୍ବ ଉତ୍ତର ପ୍ରଦେଶର ଗୋରଖପୁରରୁ କାନପୁର ଯାଏ ୪୨ଟି ଏବଂ ଜ୍ୟୋତିରାଦିତ୍ୟଙ୍କୁ ପଶ୍ଚିମ ଉତ୍ତର ପ୍ରଦେଶ ଅନ୍ତର୍ଗତ ୩୮ଟି ସିଟ୍‌ ମିଳିଛି । ଆସନ୍ତାକାଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସହ ଉଭୟ ପ୍ରିୟଙ୍କା ଏବଂ ଜ୍ୟୋତିରାଦିତ୍ୟ ଲକ୍ଷ୍ନୌ ପହଞ୍ଚି ଆଗାମୀ ରଣନୀତି ସ୍ଥିର କରିବେ । କଂଗ୍ରେସ ଦଳର ମହାସଚିବ ନିଯୁକ୍ତ ହୋଇଥିବା ପ୍ରିୟଙ୍କା ଲକ୍ଷ୍ନୌରେ ଏକ ରୋଡ୍‌ ସୋ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.