ଯେଉଁ ୫ ଗାଁ ପାଇଁ ହୋଇଥିଲା ମହାଭାରତ ଯୁଦ୍ଧ, ଦେଖନ୍ତୁ କେମିତି ଅଛି ସେଗୁଡିକର ଅବସ୍ଥା

ଲୋଭ, କ୍ରୋଧ ଏବଂ ନାରୀଙ୍କ ଅପମାନ ଭଳି ଅନେକ ଘଟଣାର ପରିଣାମ ଥିଲା ମହାଭାରତ ଯୁଦ୍ଧ । ଭୂମି ଏବଂ ରାଜ୍ୟର ଭାଗବଂଟା ମଧ୍ୟ ଏହି କାରଣ ମଧ୍ୟରୁ ଅନ୍ୟତମ । ରାଜ୍ୟ ପାଇବା ଲୋଭରେ ଅନେକ ଷଡଯନ୍ତ୍ର ରଚିଥିଲେ କୌରବ । ପାଣ୍ଡବଙ୍କୁ ମାରିବାକୁ ମଧ୍ୟ  ପ୍ରୟାସ କରିଥିଲେ । କେବଳ ସେତିକି ନୁହେଁ ପୁରା ସଭାରେ କୂଳବଧୂ ଦୌପଦୀଙ୍କ ଚୀର ହରଣ କରି ତାଙ୍କୁ ଅପମାନିତ କରିଥିଲେ ।

ତେବେ ଏତେ ସବୁ ପରେ ମଧ୍ୟ ଯୁଦ୍ଧ ଚାହୁଁନଥିଲେ ଯୁଧିଷ୍ଠିର । କାରଣ ସେ ଜାଣିଥିଲେ ଯୁଦ୍ଧ ହେଲେ ପୁରା ବଂଶ ଶେଷ ହୋଇଯିବ । ସେଥିପାଇଁ ମାତ୍ର ୫ ଟି ଗାଁ ବଦଳରେ ଯୁଦ୍ଧ ନକରିବା ପାଇଁ ପ୍ରସ୍ତାବ ରଖିଥିଲେ ଯୁଧିଷ୍ଠିର । ଯଦି ଦୁର୍ଯ୍ୟୋଧନ ଏହି ପ୍ରସ୍ତାବକୁ ସ୍ବୀକାର କରିନେଇଥାନ୍ତେ ତେବେ ଟଳି ଯାଇଥାନ୍ତା ଇତିହାସର ସବୁଠାରୁ ବଡ଼ ଯୁଦ୍ଧ । ତେବେ କଣ ଆପଣ ଜାଣନ୍ତି ଯେଉଁ ୫ଟି ଗାଁକୁ ପାଇଁ ହୋଇଥିଲା ଯୁଦ୍ଧ ଏବେ କିପରି ଅବସ୍ଥାରେ ଅଛି । ଏବଂ ଏହି ଗାଁ ଗୁଡିକର ନାଁ କଣ ?

ପ୍ରଥମ ଗାଁ ଇନ୍ଦ୍ରପ୍ରସ୍ଥ :

indraprasthaମହାଭାରତରେ ଅନେକ ସ୍ଥାନରେ ଇନ୍ଦ୍ରପ୍ରସ୍ଥକୁ ଶ୍ରୀପତ ନାମରେ ଉଚ୍ଚାରଣ କରାଯାଇଛି । ଯେବେ କୌରବ ଏବଂ ପାଣ୍ଡବଙ୍କ ମଧ୍ୟରେ ମତଭେଦ ହେବା ଆରମ୍ଭ ହୋଇଥିଲା ସେତେବେଳେ ଯମୁନା କୂଳରେ ସ୍ଥିତ ଖାଣ୍ଡବପ୍ରସ୍ଥକୁ ପାଣ୍ଡବ ମାନଙ୍କୁ ଦେଇ ରାଜ୍ୟରୁ ଅଲଗା କରିଦେଇଥିଲେ ଧୂତରାଷ୍ଟ୍ର । ଖାଣ୍ଡବପ୍ରସ୍ଥର ଚାରିଆଡେ ଜଙ୍ଗଲ ହିଁ ଜଙ୍ଗଲ ଥିଲା । ସେତେବେଳେ ପାଣ୍ଡବମାନେ ରାବଣଙ୍କ ଶଶୁର ତଥା ମହାନ୍ ଶିଳ୍ପକାର ମାୟାସୁରଙ୍କୁ ଏଠାରେ ମହଲ କରିବା ପାଇଁ ବିନତି କରିଥିଲେ । ଆଉ ପାଣ୍ଡବଙ୍କ କଥା ରଖି ଏଠାରେ ସୁନ୍ଦର ନଗରୀ ନିର୍ମାଣ କରିଥିଲେ ଏବଂ ଏହି ସ୍ଥାନର ନାଁ ରଖିଥିଲେ ଇନ୍ଦ୍ରପ୍ରସ୍ଥ । ଆଜିର ଦିଲ୍ଲୀର ଦକ୍ଷିଣାଞ୍ଚଳ ହିଁ ହେଉଛି ମହାଭାରତ ସମୟର ଇନ୍ଦ୍ରପ୍ରସ୍ଥ ।

ଦ୍ବିତୀୟ ଗାଁ ବ୍ୟାଘ୍ରପ୍ରସ୍ଥ :

byaghraprasthaବ୍ୟାଘ୍ରପ୍ରସ୍ଥ ଅର୍ଥାତ୍ ବାଘ ରହିବା ସ୍ଥାନ । ମହାଭାରତ ସମୟର ବ୍ୟାଘ୍ରପ୍ରସ୍ଥ ହେଉଛି ଆଜିର ବାଗପତ୍ । ମୋଗଲ୍ ସାମ୍ରାଜ୍ୟ ସମୟରୁ ହିଁ ଏହି ସ୍ଥାନର ନାଁ ବାଗପତ୍ ନାଁ ରେ ପରିଚିତ ହୋଇଥିଲା । ଉତ୍ତରପ୍ରଦେଶରେ ଅବସ୍ଥିତ ବାଗପତ୍ । କୁହାଯାଏ ଏହି ସ୍ଥାନରେ ଦୁର୍ଯ୍ୟୋଧନ ପାଣ୍ଡବମାନଙ୍କୁ ମାରିବା ପାଇଁ ଜତୁ ଗୃହ ନିର୍ମାଣ କରାଇଥିଲେ ।

ତୃତୀୟ ଗାଁ, ସ୍ବର୍ଣ୍ଣପ୍ରସ୍ଥ :

swarnaprasthaସ୍ବର୍ଣ୍ଣପ୍ରସ୍ଥର ଅର୍ଥ ହେଉଛି ସୁନାର ସହର । ମହାଭାରତର ସ୍ବର୍ଣ୍ଣପ୍ରସ୍ଥ ଆଜିର ସୋନିପଥ ନାଁ ରେ ପରିଚିତ । ହରିୟାଣାର ଏକ ପ୍ରସିଦ୍ଧ ସହର ହେଉଛି ସୋନିପଥ । ସ୍ବର୍ଣ୍ଣପ୍ରସ୍ଥରୁ ପ୍ରଥମେ ଏହାର ନାଁ ସୋନପ୍ରସ୍ଥ ହେଲା ଏହା ପରେ ସୋନିପତ୍ ।

ଚତୁର୍ଥ ଗାଁ ପାଣ୍ଡୁପ୍ରସ୍ଥ :

panipatଆପଣ ପାନିପତ୍ ନାଁ ନିଶ୍ଚୟ ଶୁଣିଥିବେ । ଇତିହାସ ବହିରେ ପଢିଥିବା ହରିୟାଣାର ପାନିପତକୁ ମହାଭାରତ ସମୟରେ ପାଣ୍ଡୁପ୍ରସ୍ଥ କୁହାଯାଉଥିଲା । କୁରୁକ୍ଷେତ୍ର, ଯେଉଁଠାରେ ମହାଭାରତ ଯୁଦ୍ଧ ଲଢାଯାଇଥିଲା ତାହା ପାନିପତ୍ ନିକଟରେ ଅବସ୍ଥିତ । ନୂଆଦିଲ୍ଲୀଠୁ ପ୍ରାୟ ୯୦ କିଲୋମିଟର ଦୂରରେ ଅବସ୍ଥିତ ଏହି ସ୍ଥାନକୁ ସିଟି ଅଫ୍ ୱେଭର ଅର୍ଥାତ୍ ବୁଣାକାରଙ୍କ ସହର ମଧ୍ୟ କୁହାଯାଏ ।

ପଞ୍ଚମ ଗାଁ ତିଲପ୍ରସ୍ଥ :

tilprasthaମହାଭାରତ ସମୟରେ ତିଲପ୍ରସ୍ଥ ନାଁ ରେ ପ୍ରସିଦ୍ଧ ଏହି ସ୍ଥାନ ଏବେ ତିଲପତ୍ ହୋଇଯାଇଛି । ଏହା ହରିୟାଣାର ଫରିଦାବାଦ ଅଂଚଳରେ ଅବସ୍ଥିତ ।

ଯଦି ଆପଣଙ୍କୁ ଏହି ସୂଚନା ଭଲ ଲାଗିଲା ତେବେ ସେୟାର୍ ନିଶ୍ଚୟ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.