Below header

ଜାତୀୟ ଦୃଷ୍ଟିହୀନ ନାଗେଶ ଟ୍ରଫି କ୍ରିକେଟ୍‌ରେ ଚାମ୍ପିଅନ୍‌ ହେଲା ଓଡ଼ିଶା ଦଳ

ଭୁବନେଶ୍ୱର (କେ ନ୍ୟୁଜ୍‌) : କୋଲକାତାର ଇଡେନ୍‌ ଗାର୍ଡନ୍ସରେ ଚାଲିଥିବା ନାଗେଶ ଟ୍ରଫି ଜାତୀୟ ଦୃଷ୍ଟିହୀନ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ୍‌ ହୋଇଛି ଓଡ଼ିଶା ଦଳ । ଆଜିର ଫାଇନାଲ୍‌ ମ୍ୟାଚ୍‌ରେ ଆନ୍ଧ୍ର ପ୍ରଦେଶକୁ ୧୪ ରନ୍‌ରେ ପରାସ୍ତ କରି ଓଡ଼ିଶା ଟ୍ରଫି ହାସଲ କରିଛି । ଓଡ଼ିଶା ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ଓ୍ଵିକେଟ୍‌ ହରାଇ ୨୦୫ ରନ୍‌ କରିଥିଲା । ପରେ ଆନ୍ଧ୍ର ଦଳ ନିର୍ଦ୍ଧାରିତ ଓଭର ମଧ୍ୟରେ ୫ ଓ୍ଵିକେଟ୍‌ ହରାଇ ୧୯୧ ରନ୍‌ କାରି ପାରିଥିଲା ।
ଗତକାଲି ଦ୍ୱିତୀୟ ସେମିଫାଇନାଲ୍‌ରେ ଝାଡ଼ଖଣ୍ଡକୁ ୧୦ ଓ୍ଵିକେଟ୍‌ରେ ପରାସ୍ତ କରି ଓଡ଼ିଶା ଦଳ ଫାଇନାଲ୍‌ରେ ପହଞ୍ଚିଥିଲା । ଟୁର୍ଣ୍ଣାମେଣ୍ଟରେ ମୋଟ୍‌ ୨୪ଟି ରାଜ୍ୟ ଦଳ ଭାଗ ନେଇଥିଲେ । ଗ୍ରୁପ୍‌ ‘ଡି’ରେ ଥିବା ଓଡ଼ିଶା ଦ୍ୱିତୀୟ ସ୍ଥାନ ହାସଲ କରି କ୍ୱାର୍ଟରଫାଇନାଲ୍‌ ରାଉଣ୍ଡକୁ ଉନ୍ନୀତ ହୋଇଥିଲା । କ୍ୱାର୍ଟରଫାଇନାଲ୍‌ରେ ହରିଆଣାକୁ ହରାଇ ତୃତୀୟ ଦଳ ଭାବେ ସେମିଫାଇନାଲ୍‌ରେ ପ୍ରବେଶ କରିଥିଲା ।
ଏହାକୁ ମିଶାଇ ଓଡ଼ିଶା ଦଳ ଚତୁର୍ଥଥର ପାଇଁ ଫାଇନାଲ୍‌ରେ ପ୍ରବେଶ କରିଥିଲା । ପୂର୍ବରୁ ୨୦୧୬ରେ ଦଳ ଏହି ଜାତୀୟ ପ୍ରତିଯୋଗିତାରେ ଚାମ୍ପିଅନ୍‌ ହୋଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.