Below header

ଭଦ୍ରକ: ଫାର୍ମାସିଷ୍ଟଙ୍କ ଭରସାରେ ଚାଲିଛି ଡାକ୍ତରଖାନା, ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରୋଗୀ

ଭଦ୍ରକ(କେନ୍ୟୁଜ୍): ଫାର୍ମାସିଷ୍ଟଙ୍କ ଭରସାରେ ଚାଲିଛି ଡାକ୍ତରଖାନା । ଡାକ୍ତର ନଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରୋଗୀ । ପ୍ରତିଦିନ ଏଠାକୁ ବହୁ ସଂଖ୍ୟାରେ ରୋଗୀ ଆସିଥାନ୍ତି । ହେଲେ ନିରାଶ ହୋଇ ଫେରିଥାନ୍ତି କେବଳ ଡାକ୍ତର ନୁହନ୍ତି, ସ୍ୱାସ୍ଥ୍ୟକେନ୍ଦ୍ରରେ ଅନେକ କର୍ମଚାରୀଙ୍କ ଅଭାବ ରହିଛି । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଇରମ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଭଳି ସମସ୍ୟା ।

ସୂଚନା ଅନୁଯାୟୀ,ଫାର୍ମାସିଷ୍ଟ ଓ ଚତୁର୍ଥ ଶ୍ରେଣୀର ଜଣେ କର୍ମଚାରୀଙ୍କ ଭରସାରେ ଚାଲିଛି ଡାକ୍ତରଖାନା । ଡାକ୍ତରଙ୍କ ଅଭାବରୁ ରୋଗୀ ଦେଖୁଛନ୍ତି ଫାର୍ମାସିଷ୍ଟ । ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଗୃହରେ ତାଲା ପଡିଛି। ଫଳରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରୋଗୀ । ସୁବିଧାରେ ସ୍ୱାସ୍ଥ୍ୟସେବା ନପାଇ ଦୂର ଦୂରାନ୍ତକୁ ଯିବାକୁ ବାଧ୍ୟ ହେଉଛନ୍ତି ।

ଏହି ଡାକ୍ତରଖାନା ଉପରେ ୮ଟି ପଞ୍ଚାୟତର ପାଖାପାଖି ୨୦ ହଜାରରୁ ଅଧିକ ଲୋକ ନିର୍ଭର କରନ୍ତି । ଦୀର୍ଘ ୫ମାସ ହେଲା ଡାକ୍ତରଙ୍କ ବଦଳି ହୋଇଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଡାକ୍ତରଙ୍କ ନିଯୁକ୍ତି ହୋଇନାହିଁ । ରୋଗୀ ଆସନ୍ତି ହେଲେ ନିରାଶ ହୋଇ ଫେରିଯାଆନ୍ତି । ସେପଟେ ଏକ ନୂତନ ଡାକ୍ତର ଯୋଗାଇ ଦିଆଯିବ ବୋଲି କହିଛନ୍ତି ବାସୁଦେବପୁର ଗୋଷ୍ଠୀ ଚିକିତ୍ସା ଅଧିକାରୀ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.