ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଆଜି ସରିବ କ୍ୟାମ୍ପନ, ହାଇଟେକ୍‌ ପ୍ରଚାର ସହ ମୈଦାନରେ ଷ୍ଟାର ପ୍ରଚାରକ

ପାଟକୁରା(କେନ୍ୟୁଜ୍): ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଆଜି ସରିବ ପ୍ରଚାର । କ୍ୟାମ୍ପନ ପାଇଁ ଆଉ ହାତରେ କିଛି ଘଣ୍ଟା ବାକି ଥିବାରୁ କମ୍ପୁଛି ପ୍ରଚାର ମୈଦାନ । ହାଇଟେକ୍‌ ପ୍ରଚାର ସହ ମୈଦାନରେ ଷ୍ଟାର ପ୍ରଚାରକ । ପାଟକୁରାରେ ବିଜେଡିର ବହୁ ହେଭିେଓ୍ଵଟ ବିଧାୟକ ଓ ନେତା ବି ମାରାଥନ୍‌ କ୍ୟାମ୍ପେନ୍‌ ଚଳାଇଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଟକୁରା ବିଧାନସଭା କ୍ଷେତ୍ରରେ ହାଇଭୋଟଲେଟ୍‌ ରୋଡ୍‌ ସୋ’ କରିଥିଲେ । ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ଵାଲଙ୍କ ପାଇଁ ଭୋଟ୍‌ ମାଗିଥିଲେ । ସେହିପରି ନିର୍ବାଚନ ମୈଦାନରେ ବିଜେଡିକୁ ଚେକମେଟ୍‌ ଦେବା ପାଇଁ ବିଜେପି ଓ କଂଗ୍ରେସ କୌଣସି ମୌକା ଛାଡୁ ନାହାନ୍ତି । ଷ୍ଟାର ପ୍ରଚାରକଙ୍କ ସହ ସଭା, ଶୋଭାଯାତ୍ରା ଓ ଡୋର୍‌ ଟୁ ଡୋର୍‌ କ୍ୟାମ୍ପେନ୍‌ ଚଳାଇଛନ୍ତି । ଆସନ୍ତା ୨୦ ତାରିଖରେ ପାଟକୁରା ବିଧାନସଭା ନିର୍ବାଚନ ଓ ୨୪ ତାରିଖରେ ଗଣିତ ପରେ ଫଳାଫଳ ପ୍ରକାଶ ପାଇବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.