ଆଜି ପ୍ରକାଶ ପାଇବ ଯୁକ୍ତ ୩ ପାଇଁ ପ୍ରଥମ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ

ଭୁବନେଶ୍ବର(କେନ୍ୟୁଜ୍): ଆଜି ପ୍ରକାଶ ପାଇବ ଯୁକ୍ତ ୩ ପାଇଁ ପ୍ରଥମ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ। ସ୍ୱୟଂଶାସିତ କଲେଜ,ସେଲ୍ଫ୍‌ ଫାଇନାନସିଂ(ଡିଗ୍ରୀ) କଲେଜରେ ନାମ ଲେଖାଇବା ପାଇଁ ସକାଳ ୧୧ ଟାରେ ପ୍ରକାଶ ପାଇବ ପ୍ରଥମ ପର୍ଯ୍ୟାୟ ମେରିଟ ଲିଷ୍ଟ । ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ଜୁଲାଇ ୧୯ରୁ ୨୪ ତାରିଖ ମଧ୍ୟରେ ହେବ। ଅଗଷ୍ଟ ୫ରେ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ତଥା କଟ-ଅଫ୍‌ ମାର୍କ ତାଲିକା ପ୍ରକାଶ ପାଇବ। ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ଅଗଷ୍ଟ ୬ରୁ ୧୧ ମଧ୍ୟରେ ହେବ। ଅଗଷ୍ଟ ୮ରୁ ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢା ଆରମ୍ଭ ହେବ। ରାଜ୍ୟର ୧୦୪୭ଟି ଡିଗ୍ରୀ କଲେଜ ରହିଛି। ସେଥିରେ ନାମଲେଖା ଲାଗି ୨ଲକ୍ଷ ୩୭ହଜାର ୨୧୫ଜଣ ଛାତ୍ରଛାତ୍ରୀ ନାଁ ପଞ୍ଜୀକରଣ କରିଛନ୍ତି। ଗତବର୍ଷ ଆଡମିସନ ସମୟରେ ଅଟୋ-ସ୍ଲାଇଡ ଅପ୍‌ ରେ ହୋଇଥିବା ଅସୁବିଧା କୁ ନଜରରେ ରଖି ଚଳିତବର୍ଷଠାରୁ ପୁଣି ଥରେ ଉଚ୍ଚଶିକ୍ଷାବ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ANNEXURE-7 । ଏହା ଅନୁଯାୟୀ ଯଦି କୌଣସି ଆବେଦନକାରୀ ସ୍ଲାଇଡ ଅପ୍‌ ପ୍ରକ୍ରିୟାରେ ଯୋଗ ଦେବା ପାଇଁ ଚାହୁଁନାହାଁନ୍ତି ,ତାହେଲେ ସେମାନେ ନିଜର ସାମସ ଲଗଇନ ର ୱେବ ପୋର୍ଟାଲ କୁ ଯାଇ ହଁ କିମ୍ବା ନାହିଁ ରେ ଉତ୍ତର ଦେବେ । ଆଡମିସନ କରିଥିବା ସମସ୍ତ ଛାତ୍ରଛାତ୍ରୀ ଏହାକୁ ମାନିବାକୁ ବାଧ୍ୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.