ସିସି ଟିଭିରେ କଏଦ ହେଲା ଶିଶୁ ଅପହରଣ ସମୟର ଦୃଶ୍ୟ, ଦେଖନ୍ତୁ ଭିଡିଓ

ଚେନ୍ନାଇ : ଚେନ୍ନାଇର ତିରୁପୁର ନଗରରେ ଜଣେ ୩ବର୍ଷର ଶିଶୁକୁ ଅପହରଣ କରାଯାଇଥିବା ନେଇ ଏକ ମାମଲା ସାମ୍ନାକୁ ଆସିଛି । ଚେନ୍ନାଇର ସେଣ୍ଟ୍ରାଲ ରେଲୱେ ଷ୍ଟେସନରେ ନିଜ ପରିବାର ସହିତ ଶୋଇଥିବା ସମୟରେ ଶିଶୁଟିକୁ ଅପହରଣ କରାଯାଇଥିବା ଘଟଣା ସେଠାରେ ଲାଗିଥିବା ସିସି ଟିଭି କ୍ୟାମେରାରେ କଏଦ ହୋଇଥିଲା । ଶିଶୁଟି ନିଖୋଜ ହେବା କ୍ଷଣି ପରିବାର ଲୋକେ ତୁରନ୍ତ ଏନେଇ ପୋଲିସ୍ ନିକଟରେ ପହଁଚି ମାମଲା ରୁଜୁ କରିଥିଲେ । ପୋଲିସ୍ ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଆରମ୍ଭ କରିଥିଲା। ଫୁଟେଜରେ ଅପହରଣକାରୀ ଶିଶୁଟିକୁ କାନ୍ଧରେ ବସାଇ ନେଇଯାଉଥିବା ଦେଖିବାକୁ ମିଳିଛି। ଏହାପରେ ପୋଲିସ୍ ବିଭିନ୍ନ ସ୍ଥାନରେ ପଚରା ଉଚରା କରିବା ସହିତ ଚଢାଉ କରି ଶେଷରେ ସଫଳ ହୋଇଛି । ଅପହରଣକାରୀକୁ ଗିରଫ କରିବା ସହିତ ଶିଶୁଟିକୁ ତା ବାପା ମାଙ୍କୁ ହସ୍ତାନ୍ତର କରିଛି । ଯେଉଁଥିପାଇଁ ପୋଲିସ୍ କୁ ପରିବାର ଲୋକେ ଧନ୍ୟବାଦ ଜଣାଇଛନ୍ତି ।

ଦେଖନ୍ତୁ ଭିଡିଓ:

video courtesy: NEWS18

ଏହାସହ ପଢନ୍ତୁ : ସମୁଦ୍ରକୂଳରୁ ମିଳିଲା ୧୭୦୦ ବର୍ଷ ପୁରୁଣା ରହସ୍ୟମୟ କୋଠା, ବୈଜ୍ଞାନିକ ମଧ୍ୟ ଆଶ୍ଚର୍ଯ୍ୟ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.