Below header

OSSC ସଦସ୍ୟଙ୍କ ପିଏସ୍‌ ବିରଞ୍ଚି ନାରାୟଣ ସାହୁ କେମିତି ହେଲେ ଅଚଳାଚଳ ସମ୍ପତ୍ତିର ମାଲିକ ? ଏଯାଏଁ ଭିଜିଲାନ୍ସରେ କେହି ବି ଅଭିଯୋଗ କରିନାହାନ୍ତି  

କେନ୍ୟୁଜ୍(ବ୍ୟୁରୋ):  OSSC ସଦସ୍ୟଙ୍କ ପିଏସ୍‌ ବିରଞ୍ଚି ନାରାୟଣ ସାହୁଙ୍କ ଆୟ ବହିର୍ଭୂତ ସମ୍ପତ୍ତିର ଖିଅ ଖୋଜୁଛି ଭିଜିଲାନ୍ସ । କଳାଧନରକୁ ନେଇ ଖୋଳତାଡ ଚାଲିଛି । ବିରଞ୍ଚଙ୍କ ପରେ ଭିଜିଲାନ୍ସ ସ୍କାନରରେ ପତ୍ନୀ ଓ ଶାଳକ । ସେମାନଙ୍କ ନାଁରେ ମାମଲା ରୁଜୁ ହୋଇଛି । ଟଙ୍କା ନେବା ଓ ରଖିବାରେ ସହଯୋଗ ଅଭିଯୋଗରେ ମାମଲା କରିଛି ଭିଜିଲାନ୍ସ । ଭୁବନେଶ୍ୱର କୋଳଥିଆ ଘରେ ଟଙ୍କା ଡିଲ୍‌ର ଯାଞ୍ଚ ହେବ । ଆବଶ୍ୟକ ପଡ଼ିଲେ ବିରଞ୍ଚିଙ୍କୁ ରିମାଣ୍ଡରେ ଆଣିବ ଭିଜିଲାନ୍ସ । କଳାଧନର ତାଲିକା ଦେଖି ସମସ୍ତେ ତାଜୁବ । ଚାକିରି ନାଁରେ ଅର୍ଥ ହଡ଼ପ କରିଛନ୍ତି କି ନାହିଁ ସେଦିଗରେ ବି ତଦନ୍ତ ଚାଲିଛି । ଏଯାଏଁ ଭିଜିଲାନ୍ସରେ କେହି ଅଭିଯୋଗ କରିନାହାନ୍ତି ।

ଭିଜିଲାନ୍ସ ରେଡ୍‌ ବେଳେ ବିରଞ୍ଚିଙ୍କ ଘରୁ କିଛି ଆଡମିଟ୍‌ କାର୍ଡ ଜବତ ହୋଇଥିଲା । ତାଙ୍କ ପାଖକୁ ସେରବୁ ଆସିଲା କୁଆଡୁ ? ବିଭାଗୀୟ ତଦନ୍ତ ବି ହେଉଛି । ବିରଞ୍ଚିଙ୍କ ଗିରଫ ପରେ ଓଡ଼ିଶା ଷ୍ଟାଫ ସିଲେକସନ୍‌ ପରୀକ୍ଷାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପରୀକ୍ଷାର୍ଥୀ ।

ଗିରଫ ପରେ ଭୁବନେଶ୍ୱର ଝାରପଡ଼ା ଜେଲରେ ଅଛନ୍ତି ବିରଞ୍ଚି ନାରାୟଣ ସାହୁ । ଷ୍ଟେନୋଗ୍ରାଫରରୁ ପ୍ରାଇଭେଟ ସେକ୍ରେଟାରୀ । ୧୯୯୩ରୁ ୨୮ ବର୍ଷ ହେଲା ଷ୍ଟାଫ୍‌ ସିଲେକ୍ସନ କମିଶନରେ ଅଛନ୍ତି । ୨୭ବର୍ଷ ଭିତରେ ୧୮ ଜଣ ଅଧ୍ୟକ୍ଷ ଦାୟିତ୍ୱ ତୁଲାଇଥିଲେ ବି ବିରଞ୍ଚିଙ୍କ ବଦଳି ହୋଇନଥିଲା । ଆୟଠାରୁ ୨୬୮ଗୁଣ ଅଧିକ ସଂପତ୍ତି ଠାବ ହୋଇଛି । ବିରଞ୍ଚି ନାରାୟଣ ସାହୁଙ୍କ ତଦନ୍ତ ଆଗକୁ କେଉଁ ମୋଡ ନେଉଛି, ଏଥିରେ ଆଉ କାହାର ସଂପୃକ୍ତି ରହିଛି ତା ଉପରେ ନଜର ରହିବ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.