Below header

କାହିଁକି ଓ କିଭଳି ବାଡେଇ ଭାଙ୍ଗିଲା ରୋଷଘର ଚୁଲି? କାରଣ କହିଲା ଅଭିଯୁକ୍ତ

ପୁରୀ (କେନ୍ୟୁଜ) : ଶ୍ରୀମନ୍ଦିର ରୋଷ ଘର ଚୁଲି ଭଙ୍ଗା ଘଟଣାରେ ଧରାପଡିଲା ଅଭିଯୁକ୍ତ। ଖୋର୍ଦ୍ଧା-ପୁରୀ ଜିଲ୍ଲା ସୀମା ଅଞ୍ଚଳରୁ ଗତକାଲି ରାତିରେ ଧରିଛି ପୋଲିସ। ତାଙ୍କୁ ଜେରା କରାଯାଉଛି। ରୋଷ ଘରେ ପଶି ଚୁଲି ଭାଙ୍ଗିବା ଘଟଣାରେ ସନ୍ଦିଗ୍ଧ ଅଣସେବାୟତ। ଜେରା ବେଳେ ବ୍ୟକ୍ତି ଜଣକ କହିଛନ୍ତି ରୋଷଘରେ ଖାଦ୍ୟ ବିକ୍ଷିପ୍ତ ହୋଇପଡିଥିଲା, ଏଣେ ଲୋକ ପାଉନାହାଁନ୍ତି। ତେଣୁ ମୁଣ୍ଡ ଗରମ ହୋଇଗଲା ଚୁଲି ବାଡେଇ ଭାଙ୍ଗିଦେଲି।

ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିବା ଏସ୍‌ପି ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି। ସନ୍ଦିଗ୍ଧଙ୍କ ନାଁ ଜେ. ମହାପାତ୍ର, ବୟସ ୩୦ ବର୍ଷ। ତାଙ୍କ ଘର ଖୋର୍ଦ୍ଧା ବେଗୁନିଆ ଥାନା ଅଞ୍ଚଳରେ। ‘ଶ୍ରୀମନ୍ଦିରରେ କାଣ୍ଡ ଭିଆଇଥିବା ସ୍ୱୀକାର କରିଛି ଜେ. ମହାପାତ୍ର। ଅଭିଯୁକ୍ତ ଘଟଣା ଦିନ ଶ୍ରୀମନ୍ଦିର ଆସି ବୁଲିଥିଲା। ଭଲ ନ ଲାଗିବାରୁ ଚୁଲି ଭାଙ୍ଗିଥିବା ଅଭିଯୁକ୍ତ କହିଛି। ରାଗରେ ଚୁଲି ଭାଙ୍ଗିଥିବା ମାନିଛି ସନ୍ଦିଗ୍ଧଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ। ସିସିଟିଭି ଫୁଟେଜ୍‌ ଆଧାରରେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିଲା। ପୂର୍ବରୁ ସିସିଟିଭି ଫୁଟେଜରେ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ସହ ଶ୍ରୀମନ୍ଦିର ଭିତରେ ଥିବା ଜେଟିପି କର୍ମଚାରୀ କଥା ହେଉଥିବା ଜଣାପଡ଼ିଥିଲା । ଏଥିପାଇଁ ଚାରିଜଣ ଜେଟିପିଙ୍କୁ ପଚରାଉଚରା ସହ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।

ଘଟଣା ପଛରେ ଏକାକୀ ସଂପୃକ୍ତ ନା ଆଉ ଘଟଣା ପଛରେ ଅଛି। ଏତେ ସଂଖ୍ୟାରେ ଚୁଲି କେମିତି ଓ କିଭଳି ବାଡେଇ ଭାଙ୍ଗିଲା ସେନେଇ ତଦନ୍ତ ଚାଲିଛି। ସିସିଟିଭି ଫୁଟେଜ୍‌ ଆଧାରରେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିଲା। ପୂର୍ବରୁ ସିସିଟିଭି ଫୁଟେଜରେ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ସହ ଶ୍ରୀମନ୍ଦିର ଭିତରେ ଥିବା ଜେଟିପି କର୍ମଚାରୀ କଥା ହେଉଥିବା ଜଣାପଡ଼ିଥିଲା । ଏଥିପାଇଁ ଚାରିଜଣ ଜେଟିପିଙ୍କୁ ପଚରାଉଚରା ସହ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ରୋଷ ଘରର ୪୩ଟି ଚୁଲି ଭଙ୍ଗା ଘଟଣାକୁ ୩ ଦିନ ବିତିଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନ୍ତରୀଣ କମିଟି ଓ ପୋଲିସର ପାଞ୍ଚ ଜଣିଆ ଟିମ୍‌ ତଦନ୍ତ ଚଳାଇଛି ।

ଗତ ୨ ତାରିଖ ଦିନ ଘଟିଥିଲା ଏହି ଅଭାବନୀୟ ଘଟଣା । ବିଳମ୍ବିତ ରାତିରେ ମହାଲକ୍ଷ୍ମୀଙ୍କ ରୋଷଘରେ ପଶି ଦୁର୍ବୃତ୍ତ ଭାଙ୍ଗିଥିଲା ପ୍ରାୟ ୪୩ ଚୁଲି । ଘଟଣା ଜଣାପଡିବା ପରେ ଖୋଳତାଡ ହୋଇଥିଲା । ସିସିଟିଭି ଫୁଟେଜରୁ ଚିହ୍ନଟ ହୋଇଥିଲା ସନ୍ଦିଗ୍ଧର ଚେହେରା । ସିସିଟିଭିରୁ ସନ୍ଦିଗ୍ଧ ଫଟୋ ବାହାର କରି ବିଭିନ୍ନ ସ୍ଥାନରେ ଖୋଜିଥିଲା ପୋଲିସ । ଶେଷରେ ଜିଲ୍ଲା ବାହାରୁ ଧରିବାରେ ସକ୍ଷମ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.