ଖୁବଶୀଘ୍ର ଆରମ୍ଭ ହେବ ଚାରିଧାମ ଯାତ୍ରା, ଜାଣନ୍ତୁ କ’ଣ ସବୁ ହେଉଛି ନୂଆ ବ୍ୟବସ୍ଥା

ଚାରି ଧାମ ଯାତ୍ରା କରିବାକୁ ଇଚ୍ଛୁକ ଥିବା ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର। ଖୁବଶୀଘ୍ର ଚାରି ଧାମ ଯାତ୍ରା ଆରମ୍ଭ ହେବାକୁ ଯାଉଛି। ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ଧାମ ଯାତ୍ରା ୩ ମଇରୁ ଆରମ୍ଭ ହେବାକୁ ଯାଉଛି। ସେହିପରି କେଦାରନାଥଙ୍କ କପାଟ ୬ ମଇକୁ ଖୋଲିବ। ସେହିପରି ବଦ୍ରିନାଥଙ୍କ କପାଟ ୮ ମଇରୁ ଆରମ୍ଭ ହେବାକୁ ଯାଉଛି। ସରକାରଙ୍କ ମୁତାବକ, ଚଳିତବର୍ଷ ଅଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ଦର୍ଶନ କରିବାକୁ ଆସିବେ। ତେଣୁ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଉଛି।

କେମିତି ହେଉଛି ପ୍ରସ୍ତୁତି ?

ଯାତ୍ରା ସମ୍ବନ୍ଧୀୟ ସମସ୍ତ ବ୍ୟବସ୍ଥା ନିଜ ନିକ କାମରେ ଲାଗିପଡିଛନ୍ତି। ଯାତ୍ରା ମାର୍ଗ ଠାରୁ ଆରମ୍ଭ କରି ଅନ୍ୟ ସମସ୍ତ ବ୍ୟବସ୍ଥା କୁ ଶ୍ରଦ୍ଧାଳୁ ଆସିବା ପୂର୍ବରୁ ସଜାଡିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି। କେଦାରନାଥରେ ନିର୍ମିତ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ବିଶାଳ ସମାଧିକୁ ଏଥର ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଖୋଲା ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି। କେଦାର ନାଥର ପୁନଃ ନିର୍ମାଣ କାର୍ଯ୍ୟରେ ସରକାରଙ୍କ ତରଫରୁ ୨ ହଜାର କୋଟି ଟଙ୍କା ଜାରି କରାଯାଇଛି।

ରେଜିଷ୍ଟ୍ରସନରେ କ’ଣ ହୋଇଛି ପରିବର୍ତ୍ତନ :

ଚଳିତଥର ସମସ୍ତଙ୍କ ଯାତ୍ରୀଙ୍କର ରେଜିଷ୍ଟ୍ରସନ ନିଶ୍ଚିତ ଭାବେ ହେବ। ସମସ୍ତେ ଟୁରିଜିମ ପୋର୍ଟାଲରେ ନିଜର ରେଜିଷ୍ଟ୍ରେସନ କରିବାକୁ ହେବ। ଏହାସହିତ ଏକ ଡିଭାଇସ ଜରିଆରେ ଫିଜିକାଲ ରେଜିଷ୍ଟ୍ରସନ ମଧ୍ୟ କରାଯିବ। ଯାହାଦ୍ୱାରା କେଉଁ ଧାମରେ କେଉଁ ସମୟରେ କେତେ ଲୋକ ରହିଛନ୍ତି, ତାହା ଜଣାପଡିବ।

କେଦାରନାଥ ଯାତ୍ରାକୁ ନେଇ ଜିଲ୍ଲା ଅଧିକାରୀ ମନୁଜ ଗୋଏଲ କହିଛନ୍ତି, କେଦାରନାଥଙ୍କୁ ଦର୍ଶନ କରିବା ପାଇଁ ଟୋକନ ବ୍ୟବସ୍ଥା ଲାଗୁ କରାଯାଇଛି। ମନୁଜ ଏବଂ ତୀର୍ଥ ପୁରୋହିତଙ୍କ ସହିତ ଏକ ବୈଠକରେ ବ୍ୟବସ୍ଥା ବିଷୟରେ ଆଲୋଚନା କରାଯାଇଥିଲା। କେଦାରନାଥ ଯାତ୍ରାର ସଫଳ ସଞ୍ଚାଳନ ପାଇଁ ଯାତାୟାତ, ସ୍ୱାସ୍ଥ୍ୟ, ପାନୀୟ ଜଳ, ବିଦ୍ୟୁତ, ସ୍ୱଚ୍ଛତା, ରହିବା ଇତ୍ୟାଦି ବ୍ୟବସ୍ଥାକୁ ନେଇ ଆଲୋଚନା କରାଯାଇଥିଲା। ତୀର୍ଥ ପୁରୋହିତଙ୍କ ସମସ୍ୟା ଶୁଣିବା ପରେ ସୁଧାରିବା ପାଇଁ ଜିଲ୍ଲା ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ।

କେଦାରନାଥକୁ ଯିବା ବାଟରେ ପାନୀୟ ଜଳ ଏବଂ ଶୌଚାଳୟ, ବିଦ୍ୟୁତ, ପାନୀୟ ଜଳର ଉଚିତ ବ୍ୟବସ୍ଥା, ପାର୍କିଂ କରିବାକୁ ବୈଠକରେ କୁହାଯାଇଥିଲା । କେଦାରନାଥ ଯାତ୍ରା ପାଇଁ ସୁବ୍ୟବସ୍ଥିତ ଢଙ୍ଗରେ ସବୁକିଛି ସଂଚାଳିତ ହେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଂପୂର୍ଣ୍ଣ ବ୍ୟବସ୍ଥା କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ତେଣୁ ଧାମକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ କୌଣସି ପ୍ରକାର ଅସୁବିଧା ନ ହେଉ ତେଣୁ ସମସ୍ତଙ୍କ ସହଯୋଗ ଜରୁରୀ ବୋଲି ସମସ୍ତଙ୍କୁ ଅନୁରୋଧ କରିଥିଲେ। ତୀର୍ଥକ୍ଷେତ୍ରକୁ ଆସୁଥିବା ପ୍ରତ୍ୟେକ ଯାତ୍ରୀ ଦେବତୁଲ୍ୟ । ତେଣୁ ସେମାନଙ୍କ ସହିତ ଉଚିତ ବ୍ୟବହାର କରିବା ପାଇଁ ମଧ୍ୟ ଜିଲ୍ଲାଧିକାରୀ କହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.