Below header

ଜାଣନ୍ତୁ ରାକ୍ଷୀର ପୌରାଣିକ ଅସ୍ତିତ୍ବ, କେମିତି ଆରମ୍ଭ ହୋଇଥିଲା ଏହି ପରମ୍ପରା

ଭାଇ-ଭଉଣୀର ଏକ ପବିତ୍ର ସମ୍ପର୍କ ରାକ୍ଷୀ ପୂର୍ଣ୍ଣିମା । ଏହି ବନ୍ଧନ ଭାଇ-ଭଉଣୀ ମଧ୍ୟରେ ଭଲପାଇବା ଏବଂ ସମ୍ମାନ ବିସ୍ତାର କରିବା ପାଇଁ ପାଳନ କରାଯାଇଥାଏ। ଏହି ଦିନ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧିବା ପରେ ଭାଇ ସାରା ଜୀବନ ଭଉଣୀ ରକ୍ଷା କରିବ ବୋଲି ଶପଥ ନେଇଥାଏ। କିନ୍ତୁ ପ୍ରକୃତରେ ରାକ୍ଷୀ ପୂର୍ଣ୍ଣିମାର ଅସ୍ତିତ୍ବ  ବିଷୟରେ ଆପଣମାନେ ଜାଣିଛନ୍ତି କି। ଯଦି ନା ତେବେ ଆଜି ଆମେ ଅଆପଣମାନଙ୍କୁ କହିବୁ ରାକ୍ଷୀ ପୂର୍ଣ୍ଣିମାର ଅସ୍ତିତ୍ବ ସମ୍ପର୍କରେ କିଛି ରୋଚକ ତଥ୍ଯ।

-ପ୍ରାଚୀନ ଯୁଗରୁ ରକ୍ଷା ବନ୍ଧନର ପରମ୍ପରା ରହିଆସିଛି। କାରଣ ପ୍ରାଚୀନ କାଳରେ ଦେବତା ଏବଂ ରାକ୍ଷାସମାନଙ୍କ ମଧ୍ୟରେ ଯୁଦ୍ଧ ଲାଗିବା ସମୟରେ ରାକ୍ଷାସମାନଙ୍କୁ ରକ୍ଷା କରିବା ପାଇଁ ଇନ୍ଦ୍ରାଣୀ ନିଜ ପତି ଇନ୍ଦ୍ରଙ୍କ ହାତରେ ଭଗବାନ ବିଷ୍ଣୁ ଦେଇଥିବା ଏକ ଢାଗାକୁ ବାନ୍ଧି ଦେଇଥିଲେ।

-ଅନ୍ୟ ଏକ ଶାସ୍ତ୍ରମତ ଅନୁଯାୟୀ ରାକ୍ଷସମାନେ ଯୁଦ୍ଧରେ ବିଜୟ ହୋଇ ସ୍ବର୍ଗକୁ ନିଜର ଅକ୍ତିଆର କରିଦେଇଥିଲେ। କିନ୍ତୁ ଏହା ଦେଖି ଭଗବାନ ଇନ୍ଦ୍ର ଖୁସି ନଥିଲେ। ତେଣୁ ସେ ଏନେଇ ଗୁରୁ ବୃହସ୍ପତି ନିକଟରେ ଅଭିଯୋଗ କରିଥିଲେ। କିନ୍ତୁ ଗୁରୁ ବୃହସ୍ପତି ସେହି ସମୟରେ ଏକ ରକ୍ଷା ସୁତ୍ର ତିଆରି କରି ଇନ୍ଦ୍ରଙ୍କୁ  ପିନ୍ଧିବା ପାଇଁ ଉପଦେଶ ଦେଇଥିଲେ।

rakhi purnima-ରକ୍ଷା ବନ୍ଧନର ପରମ୍ପରା ମହାଭାରତରେ ମଧ୍ୟ ଦେଖିବାକୁ ମିଳିଥାଏ। ଉଲ୍ଲେଖ ରହିଛି ଥରେ ଭଗବାନ କୃଷ୍ଣ ନିଜର ଅଙ୍ଗୁଳି କାଟିବା ପରେ ଖୁବ୍ ରକ୍ତସ୍ରାବ ହୋଇଥିଲା। ଏହା ଦେଖିବା ପରେ ଦ୍ରୋପଦୀ ନିଜ ଶାଢୀକୁ ଚିରି କୃଷ୍ଣଙ୍କ ଆଙ୍ଗୁଠିରେ ବାନ୍ଧି ଦେଇଥିଲେ।

-ଭାଇ ପରେ ସବୁଠାରୁ ସମର୍ପଣର ମହତ୍ୱପୂର୍ଣ୍ଣ କାହାଣୀ ହେଉଛି ସମ୍ରାଟ ହିମାୟୁଙ୍କର, ଯିଏ ନିଜ ସେନାଙ୍କ ସହ ମେୱାଡ ଯାଇଥିଲେ। ସେହି ସମୟରେ ସେଠାରେ ଶାସନ କରୁଥିବା ରାଣୀ କର୍ଣ୍ଣାବତୀ ତାଙ୍କର ସାହାଯ୍ୟ ଭିକ୍ଷା କରିଥିଲେ। ମେୱାଡରେ ବାହାଦୂର ଶାହ ଦ୍ବାରା ଦୁଇ ଥର ଆକ୍ରମଣ କରାଯାଇଥିଲା ଏବଂ ଆଶାର କିରଣ ରୂପେ ସେମାନେ ହିମାୟୁଙ୍କ ନିକଟକୁ ଏକ ପତ୍ର ପଠାଇ ରାକ୍ଷୀ ମାଗିଥିଲେ। ସେହିସମୟରେ ସମ୍ରାଟ ଏକ ସୌନ୍ୟ ଅଭିଯାନ ମଧ୍ୟରେ ରହିଥିଲେ ମଧ୍ୟ ସବୁ କିଛି ଛାଡି ରକ୍ଷା କରିବା ପାଇଁ ଚାଲି ଯାଇଥିଲେ।

ଏହାସହ ପଢନ୍ତୁ: ଭାଇ-ଭଉଣୀର ସମ୍ପର୍କକୁ ମଜବୁତ୍ କରିବା ପାଇଁ ଆପଣାନ୍ତୁ ଏହି ୫ଟି ଟିପ୍ସ, ସାରା ଜୀବନ ଅତୁଟ ରହିବ ବନ୍ଧନ

-ରାକ୍ଷୀ ସିକନ୍ଦର ଦି ଗ୍ରେଟଙ୍କର ମଧ୍ୟ ଜୀବନ ବଞ୍ଚାଇଥିଲା। ଯେତେବେଳେ ସେ ଭାରତ ଉପରେ ଆକ୍ରମଣ କରିଥିଲେ, ସେହି ସମୟରେ ତାଙ୍କ ପତ୍ନୀ ରୋକ୍ସାନା କଟୋଚ ରାଜା ପୋରସଙ୍କ ନିକଟକୁ ରାକ୍ଷୀ ପଠାଇଥିଲେ ଏବଂ ସେ ତାଙ୍କ ପତିଙ୍କ ରକ୍ଷା କରିବା ପାଇଁ ମଧ୍ୟ ଶପଥ ନେଇଥିଲେ। ଏହି କାରଣରୁ ଯୁଦ୍ଧ କ୍ଷେତ୍ରରେ ସେ ସିକନ୍ଧଙ୍କୁ ମାରିବା ସମୟରେ ରାକ୍ଷୀ ଦେଖି ତାଙ୍କୁ ଛାଡି ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.