ଗୋଆ ଭଳି ଚମକିବ ଗୋପାଳପୁର ବେଳାଭୂମି, ମନୋରମ ଦୃଶ୍ୟ ଉପଭୋଗ କରିବେ ପର୍ଯ୍ୟଟକ

ବ୍ରହ୍ମପୁର(କେନ୍ୟୁଜ୍): ଓଡ଼ିଶାର ଅନ୍ୟତମ ଆକର୍ଷଣୀୟ ବେଳାଭୂମି ଗୋପାଳପୁର। ବର୍ଷ ତମାମ ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସିଥାନ୍ତି । ବ୍ରହ୍ମପୁରରୁ ମାତ୍ର ୧୫ କିଲୋମିଟର ଦୂରରେ ଅବସ୍ଥିତ ବେଳାଭୂମିର ସୌନ୍ଦର୍ଯ୍ୟକରଣ ଓ ବିକାଶ ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ବିଶେଷ କରି ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଇଛି ଜିଲ୍ଲା ପ୍ରଶାସନ ।

ଗୋଆ ଭଳି ଚମକିବ ଗୋପାଳପୁର ବେଳାଭୂମି । ପ୍ରାକୃତିକ ସୌନ୍ଦର୍ଯ୍ୟର ମନୋରମ ଦୃଶ୍ୟକୁ ମନଭରି ଉପଭୋଗ କରିବେ ପର୍ଯ୍ୟଟକ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ସ୍ୱଚ୍ଛତା ମିଶନ । ପରିମଳ ବ୍ୟବସ୍ଥାରେ ସୁଧାର ଆଣିବାକୁ ଚାଲିଛି ଜୋରଦାର ପ୍ରୟାସ । ଗୋପାଳପୁର ଏନ୍‌ଏସି ସଫେଇ କର୍ମଚାରୀଙ୍କ ସମେତ ବିଭିନ୍ନ ସଂଗଠନର ସଦସ୍ୟ ବେଳାଭୂମିର ସଫେଇ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । କାର୍ଯ୍ୟର ତଦାରଖ କରୁଛନ୍ତି ଏନ୍‌ଏସି କର୍ତ୍ତୃପକ୍ଷ ।

ଗୋପାଳପୁର ଏନଏସି ପକ୍ଷରୁ ସହର ସମେତ ବେଳାଭୂମିର ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦିଆଯାଇଛି । ବେଳାଭୂମି ପ୍ରତି ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଇଛି । ବେଳାଭୂମି ଅଞ୍ଚଳକୁ ପଲିଥିନ୍‌ ଓ ପ୍ଲାଷ୍ଟିକ୍‌ ମୁକ୍ତ ଅଞ୍ଚଳ
ଘୋଷଣା କରାଯାଇଛି। ବିଦେଶରେ ରହୁଥିବା କିଛି ଓଡ଼ିଆ ଗୋପାଳପୁର ବେଳାଭୂମି ବୁଲି ବେଶ ସନ୍ତୋଷ ପ୍ରକାଶ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.