୫ ଦିନ ବୋରୱେଲ ଭିତରେ ଏମିତି ଥିଲା ରାହୁଲଙ୍କ କାହାଣୀ, ନିଜ ଦାୟିତ୍ୱ ଠାରୁ ଅଧିକ କର୍ତ୍ତବ୍ୟ କରି ଦେଖାଇଥିଲେ NDRF ଜବାନ ସୁନୀଲ କୁମାର

ମାଲକାନଗିରି(କେନ୍ୟୁଜ): ୬୫ ଫୁଟ ତଳେ ବନ୍ଧୁତା। ପରିଚିତ ନ ଥିଲେ ବି ଆପଣାର କରି ଜୀବନ ଯୁଦ୍ଧର ଭଲ ବନ୍ଧୁଟିଏ ଏହି ଜବାନ। ଏହି ବନ୍ଧୁତାରେ ବୟସ ମାନେ ରଖିନି। ଅକୁହା ବାଳକ ନା ଶୁଣି ପାରୁଛି ନା କହି ପାରୁଛି । ତଥାପି ଏହି ଅସମୟରେ ଏହି ଜବାନ ବନ୍ଧୁଟି ସବୁ କିଛି ବୁଝିବାକୁ ଚେଷ୍ଟା କରୁଛି। ନିଜ ଦାୟିତ୍ୱ ଠାରୁ ଅଧିକ କର୍ତ୍ତବ୍ୟ କରିଛନ୍ତି NDRF ଜବାନ ସୁନୀଲ କୁମାର। ତାଙ୍କୁ ଆମର ସେଲ୍ୟୁଟ ।

ଛତିଶଗଡ଼ର ଚମ୍ପା ଜିଲ୍ଲାର ପିହରିଦ ଗାଁରେ ୧୧ ବର୍ଷ ବାଳକ ରାହୁଲ ବୋରୱେଲ ଭିତରେ ଗଳି ପଡିବା ପରର କାହାଣୀ କିଛି ଏମିତି ଥିଲା। ୫ ଦିନ ବୋରୱେଲ ଭିତରେ କେମିତି ଥିଲା ତାକୁ ଜାଣିବା ପାଇଁ ସମସ୍ତଙ୍କ ମନରେ ନିଶ୍ଚିତ ଉତ୍କଣ୍ଠା ଆସିବ। ୫ ଦିନ ଉଦ୍ଧାର କାର୍ଯ୍ଯରେ ବିଭିନ୍ନ ଟିମ୍ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ସୁଦ୍ଧା NDRF ଟିମ ସହ ଅତି ନିକଟତର ହୋଇ ପାରିଥିଲା ରାହୁଲ। ୫ଦିନ ପୁରା ଉଦ୍ଧାର କାର୍ଯ୍ଯରେ ବୋରୱେଲ ଭିତରେ ଖାଇବା ପିଇବାକୁ ଦେଉଥିଲା NDRF ଜବାନ। ଯାହାର ଶବ୍ଦରେ ରାହୁଲ ୧୦୪ ଘଣ୍ଟା ଜୀବନ ଯୁଦ୍ଧ ରେ ଜିତିକି ଫେରି  ପାରିଛି ।

jawan

ବୋରୱେଲ ଭିତରେ ଖାଇବାକୁ ଦିଆଯାଉଥିଲା କଦଳୀ, ଜୁସ ଆଉ ଏହାପରେ NDRF ଜବାନ ସହ ବନିଯାଇଥିଲା ବନ୍ଧୁତା। NDRF ଜବାନ ଅନୀଲ କୁମାର ରାହୁଲ ଜୀବନ ଯୁଦ୍ଧରେ ବଞ୍ଚିବାର ଆଶାବାଡି ସାଜିଥିଲା। ୫ ଦିନ କାଳ ଆଖି ପତା ନ ପକାଇ ତାର ପ୍ରତ୍ୟେକ ଠାର କୁ ଅନୁଧ୍ୟାନ କରୁଥିଲା। ଯେଉଁ ଠାର ବୁଝି ପାରୁନଥିଲେ ଅନୀଲ ତାକୁ ରାହୁଲର ମା କୁ ପଚାରି ବୁଝି ରାହୁଲର ସହଯୋଗ କରିଥିଲେ ଜବାନ ଅନୀଲ। ୫ ଦିନ ଭିତରେ ୯ ଟି ଫ୍ରୁଟି ଏବଂ କିଛି ଡ଼ର୍ଜନ କଦଳୀ ଦିଆଯାଇଥିଲା। ପରିବାର ଲୋକଙ୍କୁ ପଚାରି ରାହୁଲର ପସନ୍ଦିତା ଖାଦ୍ୟ ଦିଆଯାଉଥିଲା। ପ୍ରଥମ ଦିନ କିନ୍ତୁ ଜବାନ ଅନୀଲଙ୍କ କଥାକୁ କୌଣସି ପ୍ରତିଉତ୍ତର ବା ଠାର ଦେଇ ନଥିଲା। ପର ଦିନ ପରିବାର ଲୋକ ଆସିବା ପରେ ରାହୁଲର ଠାର କୁ ତାଙ୍କ ମା ଠିକରେ ଜାଣିପାରି ଜବାନଙ୍କୁ ସହଯୋଗ କରିଥିଲେ।

୬୫ ଫୁଟ ତଳେ ରହିଥିଲା କୂଅ ଭଳି ଗାତ। ଯେଉଁଠି ଏକ ପଥର ଥିଲା ଯେଉଁଠି ରାହୁଲର ୫ ଦିନର ଘର ସଂସାର ବନିଯାଇଥିଲା। ଖାଇବାକୁ ଡାକ ଦେଲେ କଦଳୀ ଆଉ ଫ୍ରୁଟି ଦିଆଯାଏ। ରାହୁଲର ମାନସିକ ସ୍ଥିର ରହିବା ପାଇଁ ୬୫ ଫୁଟ ତଳେ ଖେଳ ଖେଳୁଥିଲେ ସୁନୀଲ। ପାଣି ବାଲ୍ଟି ପକାଇଲେ ରାହୁଲ ପାଣି ଭର୍ତ୍ତି କରି ଉପରକୁ ଉଠାଇ ଦିଏ। ପାଖାପାଖି ୧୦ ବାଲ୍ଟି ପାଣି ରାହୁଲ ସୁନୀଲକୁ ଦେଇଛି। ଯେତେବେଳେ ନିଦ ଲାଗେ ପାଣି ଉପରେ ଥିବା ପଥର ଉପରେ ମୁଣ୍ଡ ଦେଇ ଶୋଇଯାଏ।

ହେଲେ ମଙ୍ଗଳବାର ଦିନ ଉଦ୍ଧାର କାର୍ଯ୍ୟ ଯେତେବେଳେ ଆରମ୍ଭ ହୁଏ ସେତେବେଳୁ ଆଉ ସେହି କୋରଡ ଭିତରୁ ବାହାରି ନଥିଲା କି NDRF ଜବାନ ସୁନୀଲର ଡାକ ଆଉ ଶୁଣି ନଥିଲା ରାହୁଲ । ସେ ଦିନ ଯାକ କିଛିବି ଖାଇ ନଥିଲା। ଭୟରେ ସେହି ପଥର କୋରଡରେ ଲୁଚି ରହିଥିଲା। ତେବେ ଏହି ଉଦ୍ଧାର କାର୍ଯ୍ୟ ପରେ ରାହୁଲର ଅତି ଘନିଷ୍ଠ ବନିଯାଇଥିବା NDRF ଜବାନ ସୁନୀଲ କୁମାର ସବୁଠାରୁ ଅଧିକ ଖୁସି। ତେବେ ଏହି ସଫଳତା ପାଇଁ ସବୁ ଟିମକୁ ଶ୍ରେୟ ଦେଇଛନ୍ତି ରାହୁଲର ବନ୍ଧୁ ସୁନୀଲ।