ଜଙ୍ଗଲ ଭିତରେ ଚୋରା ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଚଢାଉ, ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ(କେନ୍ୟୁଜ): ପାଡୁଆ ପୋଲିସକୁ ବଡ ସଫଳତା । ଗଚ୍ଛିତ ରଖାଯାଇଥିବା ଗଞ୍ଜେଇ ଉପରେ ଚଢାଉ କରୁଛି ପୋଲିସ୍ । ବିଶେଷ ସୂତ୍ରରୁ ଖବର ପାଇ ନନ୍ଦପୁର SDPOଙ୍କ ନେତୃତ୍ଵରେ ପାଡୁଆ ପୋଲିସ୍ ଖୁଡ଼ା ଜଳପ୍ରପାତ ନିକଟ ଜଙ୍ଗଲରେ ୩ଘଣ୍ଟାର ଅପରେସନ କରିଥିଲା । ଜଳପ୍ରପାତ ନିକଟ ଜଙ୍ଗଲରେ ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ଖବର ପାଇ ଏହି ଚଢାଉ ହୋଇଥିଲା । ପୋଲିସ୍ ଆସିବା ଦେଖି ଅନ୍ଧାରର ସୁଯୋଗ ନେଇ ଘଟଣାସ୍ଥଳରୁ ମାଫିଆ ମାନେ ଫେରାର ହୋଇଯାଇଥିବା ବେଳେ ଘଟଣାସ୍ଥଳ ରୁ ୨୭ଟି ବସ୍ତାରେ ବିପୁଳ ଗଞ୍ଜେଇ ଜବତ କରିଥିଲା ପୋଲିସ୍ ।

ଜବତ ପ୍ରାୟ ୮କୁଇଣ୍ଟାଲ ଗଞ୍ଜେଇର ମୂଲ୍ୟ ୮୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ୍ ସୂଚନା ଦେଇଛି । ଏହି ଗଞ୍ଜେଇ ବାହାର ରାଜ୍ୟକୁ ଚୋରା ଚାଲାଣ କରାଯିବାକୁ ପ୍ରସ୍ତୁତ ହେଇଥିବା ପୋଲିସ ସୂଚନା ଦେଇଛି । ଚଳିତ ବର୍ଷ ପୋଲିସ ପାଇଁ ବଡ଼ ସଫଳତା । ପ୍ରାୟ ୮ ସହ ଏକର ଗଞ୍ଜେଇ ଚାଷ ନଷ୍ଟ କରିବାରେ ପୋଲିସ ସଫଳ ହୋଇଥିବା ବେଳେ ଗଞ୍ଜେଇ ଗଚ୍ଛିତ ଥିବା ବିଭିନ୍ନ ଜାଗାରେ ମଧ୍ୟ ଚଡାଉ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.