Below header

ପୁରୀ:  ମୃତ ସ୍ତ୍ରୀକୁ ମେଡିକାଲରେ ଛାଡି ସ୍ଵାମୀ ଫେରାର

ଘଟଣା ଘଟିଛି ପୁରୀ ଟାଉନ ଥାନା ଅନ୍ତର୍ଗତ ହାଡଗୋଡ଼ିଆ ସାହିରେ । ମୃତ ମହିଳା ହେଲେ ନିବେଦିତା ପରିଡ଼ା । ନୟାଗଡ଼ର ରଞ୍ଜିତ ସାହୁ ଗତ ୮ ମାସ ତଳେ ଗଡିସାଗଦା ବିଲ ପାଟଣାର ନିବେଦିତା ପରିଡାଙ୍କୁ ବିବାହ କରିଥିଲେ ।

ପୁରୀ(କେନ୍ୟୁଜ୍): ମୃତ ସ୍ତ୍ରୀକୁ ମେଡିକାଲରେ ଛାଡି ସ୍ଵାମୀ ଫେରାର । ହତ୍ୟା ଅଭିଯୋଗ ଆଣିଲେ ମହିଳାଙ୍କ ପରିବାର ଲୋକ। ଘଟଣା ଘଟିଛି ପୁରୀ ଟାଉନ ଥାନା ଅନ୍ତର୍ଗତ ହାଡଗୋଡ଼ିଆ ସାହିରେ । ମୃତ ମହିଳା ହେଲେ ନିବେଦିତା ପରିଡ଼ା । ନୟାଗଡ଼ର ରଞ୍ଜିତ ସାହୁ ଗତ ୮ ମାସ ତଳେ ଗଡିସାଗଦା ବିଲ ପାଟଣାର ନିବେଦିତା ପରିଡାଙ୍କୁ ବିବାହ କରିଥିଲେ ।

ବିବାହ ପରେ ରଞ୍ଜିତ ନିଜ ପରିବାର ସହ ଆସି ଟାଉନ ଥାନା ଅନ୍ତର୍ଗତ ହାଡଗୋଡ଼ିଆ ସାହିରେ ଭଡ଼ାରେ ରହୁଥିଲେ । ତେବେ ବିବାହ ପରଠାରୁ ସ୍ଵାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା ହେଉଥିବା ଅଭିଯୋଗ ହୋଇଛି । ଶନିବାର ସକାଳେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିବାରୁ ଉତ୍ୟକ୍ତ ହୋଇ ରଞ୍ଜିତ ନିବେଦିତାଙ୍କୁ ମାଡ଼ ମାରି ଭଡା ରହୁଥିବା ଘର ଭିତରେ ବନ୍ଦ କରି ଚାଲିଯାଇଥିଲେ । ଏହାର କିଛି ସମୟ ପରେ ରଞ୍ଜିତ ଘରକୁ ଫେରି ନିବେଦିତା ଅଚେତ୍ ଅବସ୍ଥାରେ ପଡିଥିବାର ଦେଖି ତାଙ୍କୁ ଚିକିତ୍ସା ନିମନ୍ତେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। କିନ୍ତୁ ଡାକ୍ତର ସେଠାରେ ନିବେଦିତାଙ୍କୁ ମୃତ ଘୋଷଣା କରିଥିଲେ ।ଏହାପରେ ସ୍ଵାମୀ ରଞ୍ଜିତ ନିବେଦିତାଙ୍କୁ ଛାଡି ସେଠାରୁ ଚାଲିଯାଇଥିଲେ । ଖବରପାଇ ଟାଉନ ଥାନା ପୋଲିସ ସେଠାରେ ପହଞ୍ଚି ଶବ ଜବତ କରିବା ପରେ ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.