ସ୍ବତନ୍ତ୍ର ଉନ୍ନୟନ ପରିଷଦର ଗଠନ ମୁଖ୍ୟମନ୍ତ୍ରୀଙ୍କ ଏକ ଐତିହାସିକ ପଦକ୍ଷେପ: ୯ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ 5ଟି ସଚିବ ଆଲୋଚନା

5T ସଚିବ କହିଥିଲେ ଯେ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଗଠନ ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ଐତିହାସିକ ପଦକ୍ଷେପ । ଆଦିବାସୀଙ୍କ ଭାଷା ସ୍ବତନ୍ତ୍ର, ସେମାନଙ୍କ କଳା ସ୍ବତନ୍ତ୍ର । ତେଣୁ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଜରିଆରେ ସେମାନଙ୍କ ସଂସ୍କୃତିର ସଂରକ୍ଷଣ ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ।

କେନ୍ୟୁଜ୍(ବ୍ୟୁରୋ): ୯ଟି ଜିଲ୍ଲାର ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଓ କର୍ମକର୍ତ୍ତାଙ୍କ ସହିତ 5T ସଚିବଙ୍କ ଆଲୋଚନା । ବୈଠକରେ ୯ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ପରିଷଦର ଜିଲ୍ଲା ଅଧ୍ୟକ୍ଷଙ୍କ ସହ 5ଟି ସଚିବ ଆଲୋଚନା କରିଛନ୍ତି । ଆଲୋଚନା ସମୟରେ 5T ସଚିବ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ତଥା ଦୃଷ୍ଟିକୋଣ ସମ୍ପର୍କରେ ସଦସ୍ୟମାନଙ୍କୁ ବୁଝାଇଥିଲେ। ସେ କହିଥିଲେ ଯେ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଗଠନ ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ଐତିହାସିକ ପଦକ୍ଷେପ ।

ଆଦିବାସୀଙ୍କ ଭାଷା ସ୍ବତନ୍ତ୍ର, ସେମାନଙ୍କ କଳା ସ୍ବତନ୍ତ୍ର । ତେଣୁ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଜରିଆରେ ସେମାନଙ୍କ ସଂସ୍କୃତିର ସଂରକ୍ଷଣ ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ । ଏହାର ରକ୍ଷଣାବେକ୍ଷଣ ସହ ଏହାର ସ୍ୱତନ୍ତ୍ରତା ବଜାୟ ରଖି ପାରିଲେ ଏହା ଆଗାମୀ ପିଢି ପାଇଁ ପ୍ରେରଣା ସୃଷ୍ଟି କରିବ ବୋଲି 5T ସଚିବ କହିଛନ୍ତି । ତେଣୁ ଆଦିବାସୀ ସଂସ୍କୃତିର ସ୍ୱତନ୍ତ୍ରତା ବଜାୟ ରଖିବା ପାଇଁ ପରିଷଦର ପ୍ରତ୍ୟେକଟି ଅର୍ଥ ବିନିଯୋଗ ଉପରେ 5T ଭି.କେ ପାଣ୍ଡିଆନ ଗୁରୁତ୍ଵ ଦେଇଥିଲେ । ଏହି ଆଲୋଚନା ସମୟରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ପାଇଁ ମୁଖ୍ୟମନ୍ତ୍ରୀ ୧୭୫.୫ କୋଟି ଟଙ୍କାର ଅତିରିକ୍ତ ଅନୁଦାନ ମଞ୍ଜୁର କରିଥିବା 5T ସଚିବ ଭି.କେ ପାଣ୍ଡିଆନ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.