ସୀତା ହରଣ ସହି ପାରିଲେନି, ରାବଣଙ୍କୁ ମାରିବାକୁ ମଞ୍ଚକୁ ଚଢ଼ିଗଲେ ହାବିଲଦାର

ଆଗ୍ରାର ଏକ ପେଣ୍ଡାଲରେ ରାମଲୀଳା ମଞ୍ଚସ୍ଥ ହେଉଥିବା ବେଳେ ଜଣେ ଦର୍ଶକ ଭାବେ ଥିବା ଜଣେ ହାବିଲଦାର ରାବଣ ଅଭିନୟ କରୁଥିବା କଳାକାରଙ୍କୁ ମାରିବାକୁ ମଞ୍ଚ ଉପରକୁ ଚଢ଼ିଆସିଥିଲେ ।

ଆଗ୍ରା : ବେଳେ ବେଳେ ନାଟକ ମଞ୍ଚସ୍ଥ ବେଳେ ଦର୍ଶକ ଏଥିରେ ଏପରି ତଲ୍ଲୀନ୍ନ ହୋଇ ଯାଇଥାନ୍ତି ଯେ ନିଜକୁ ଏହାର ଜଣେ ଚରିତ୍ର ବୋଲି ଧରିନେଇଥାନ୍ତି । ଏମିତି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶର ଆଗ୍ରାରେ । ଆଗ୍ରାର ଏକ ପେଣ୍ଡାଲରେ ରାମଲୀଳା ମଞ୍ଚସ୍ଥ ହେଉଥିବା ବେଳେ ଜଣେ ଦର୍ଶକ ଭାବେ ଥିବା ଜଣେ ହାବିଲଦାର ରାବଣ ଅଭିନୟ କରୁଥିବା କଳାକାରଙ୍କୁ ମାରିବାକୁ ମଞ୍ଚ ଉପରକୁ ଚଢ଼ିଆସିଥିଲେ ।

ଏହି ହାବିଲଦାରଙ୍କ ନାମ ହେଉଛି ହରିଚନ୍ଦ । ସେ ହନୁମାନଙ୍କ ଜଣେ ବଡ଼ ଭକ୍ତ । ସେଥିପାଇଁ ରାମଲୀଳା ଦେଖିବାକୁ ପସନ୍ଦ କରିଥାନ୍ତି । ସେଦିନ ମଧ୍ୟ ରାମଲୀଳା ଦେଖିବାକୁ ଆସିଥିଲେ । ରାମଲୀଳା ଚାଲିଥିବା ବେଳେ ସୀତା ହରଣ ବିଷୟ ଦେଖିବାକୁ ମିଳିଲା । ରାବଣ ବେଶଧାରୀ କଳାକାର ଯେତେବେଳେ ସୀତା ମା’ଙ୍କୁ ଅପହରଣ କଲେ ଏହି ହାବିଲଦାର ଜଣକ ହଠାତ ମଂଚ ଉପରକୁ ଚଢ଼ି ଆସି ରାବଣକୁ ମାରିବାକୁ ଉଦ୍ୟତ ହେଉଥିଲେ ।

ହେଲେ ଲୋକେ ତାଙ୍କୁ କାବୁ କରିନେଇ ମଂଚରୁ ନେଇ ଯାଇଥିଲେ । ହଠାତ୍‌ ଲୋକେ ତାଙ୍କର ଆକ୍ରମଣକୁ ବୁଝି ନପାରି ସେ ଜଣେ ମଦ୍ୟପ ବୋଲି ଧରିନେଇଥିଲେ । ହେଲେ ଯେତେବେଳେ ପ୍ରକୃତ କଥା ଜଣାପଡିଲା ସଭିଏଁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ହାବିଲଦାର କହିଥିଲେ ଯେ ସେ ଜଣେ ହନୁମାନଙ୍କ ସଚ୍ଚା ଭକ୍ତ । ତେଣୁ ସେ ମା’ ସୀତାଙ୍କ ହରଣ ସହି ପାରିନଥିଲେ । ତେଣୁ ମଂଚ ଉପରକୁ ଚାଲି ଆସିଥିଲେ । ଏକଥା ଶୁଣିବା ପରେ ସେଠାରେ ଥିବା ସବୁ ଦର୍ଶକ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.