ବର୍ବରତାର ସବୁ ସୀମା ଟପିଗଲା ସ୍ବାମୀ, କାଦୁଅରେ ଘୋଷାଡି ଘୋଷାଡି ବେଲ୍ଟରେ ମାରିଲା ମାଡ

ଉଦଳା(କେନ୍ୟୁଜ୍): ବର୍ବରତାର ସବୁ ସୀମା ଟପିଗଲା ସ୍ବାମୀ । ମହିଳା ହେଉ ବା ପୁରୁଷ କାହାକୁ କଣ ସତରେ ଏପରି ଅମାବୀୟ ଭାବେ ମାଡ ମରାଯାଇପାରେ।  ଜଣେ ମହିଳାଙ୍କୁ ଘର ବାହାରେ ଘୋଷାରି ଘୋଷାରି କାଦୁଅରେ ମାଡ ମରାଯାଉଥିବାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଏହି ଘଟଣାଟି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା କାଲାଡାହି ଗ୍ରାମର ବୋଲି କୁହାଯାଉଛି । ମାଡ ଖାଉଥିବା ମହିଳା ଜଣକ ଜଣେ ଆଦିବାସୀ ସମ୍ରଦାୟର ହୋଇଥିବା ବେଳେ ସେ ଦିନ ମଜୁରିଆ ଭାବେ କାମ କରନ୍ତି । ଆଉ ମାଡ ମାରୁଥିବା ଏହି ଯୁବକ ଜଣକ ହେଉଛନ୍ତି ତାଙ୍କ ସ୍ୱାମୀ ।

ତେବେ ମହିଳା ଜଣକର ଅନ୍ଯ ଜଣେ ରାଜମିସ୍ତ୍ରୀ ସହିତ ପରକୀୟା ପ୍ରୀତି ରହିଥିବା ଜାଣିବା ପରେ ସ୍ୱାମୀ ଏପରି ନିର୍ଦ୍ଦୟ ଭାବେ ମାଡ ମାରୁଥିବା ଜଣାପଡିଛି । ଘଟଣାଟି ଦୁଇରୁ ତିନି ଦିନ ତଳର ହୋଇଥିବା କୁହାଯାଉଥିବା ବେଳେ ମହିଳାଙ୍କୁ ତାଙ୍କ ସ୍ୱାମୀ ବେଲ୍ଟରେ ବାଡେଇବା ସହିତ ତାଙ୍କ ବେକରେ ବେଲ୍ଟ ବାନ୍ଧି ଘୋଷାରି ଘୋଷାରି ଦାଣ୍ଡ ଦୁଆରେ ପିଟୁଥିବାର ଭିଜୁଆଲ ଏବେ ଭାଇରାଲ ହେବାରେ ଲାଗିଛି । ଏହା ସହିତ ଗୋଇଠା ଉପରେ ଗୋଇଠା ମାରୁଥିବାର ମଧ୍ଯ ଭିଜୁଆଲରେ ଦେଖିବା ମିଳୁଛି ।

ଏ ନେଇ ଥାନାରେ କୌଣସି ମାମଲା ହୋଇ ନ ଥିବା ଜଣାଯାଇଛି । ହେଲେ  ସବୁଠାରୁ ଲଜ୍ଜାର କଥା ସେଠାରେ ଉପସ୍ଥିତ ଥିବା ପଡୋଶୀ ଏବଂ ସଂପର୍କୀୟ କେବଳ ଦେଖଣାହାରୀ ସାଜିଛନ୍ତି । ଜଣେ ମହିଳାଙ୍କୁ ଏଭଳି ଅକଥନୀୟ ନିର୍ଯ୍ଯାତନା ଦିଆଯାଉଥିବାବେଳେ ଲୋକେ ଭିଡିଓ ବାନାଇବାକୁ ଭୁଲୁନାହାନ୍ତି । ତେବେ ଘଟଣା ଯାହାବି ହେଉନା କାହିଁକି ଆଇନକୁ ହାତକୁ ନେଇ ଏଭଳି ମାଡ ମାରିବା ଘଟଣାକୁ କେବେବି ପ୍ରସୟ ଦେବା ଅନୁଚିତ୍।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.