Below header

ଢେଙ୍କାନାଳ: ସ୍ତ୍ରୀକୁ ସନ୍ଦେହ କରି ବିଚ୍ ବଜାରରେ ହାତ କାଟିଦେଲା ସ୍ବାମୀ, ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କଲା ପୋଲିସ

ଢେଙ୍କାନାଳ(କେନ୍ୟୁଜ୍):  ଢେଙ୍କାନାଳ ସ୍ତ୍ରୀକୁ ସନ୍ଦେହ କରି ବିଚ୍ ବଜାରରେ ହାତ କାଟିଦେଲା ସ୍ବାମୀ । ଘଟଣା ଘଟିଛି ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ବସ୍ ଷ୍ଟାଣ୍ଡ ନିକଟରେ। ଆହତ ସ୍ବାମୀକୁ ପୋଲିସ ଉଦ୍ଧାର କରି ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ଉଭୟଙ୍କ ଘର ସଦର ଥାନା ଅନ୍ତର୍ଗତ ବେଶାଳିଆ ଗାଁରେ।

ଏମାନେ ୪ବର୍ଷ ତଳେ ପ୍ରେମ ବିବାହ କରିଥିଲେ। ଉଭୟଙ୍କର ଗୋଟେ ୩ ବର୍ଷର ଝିଅ ରହିଛି। ଆଜି ଦିନ ୧୧ଟା ସମୟରେ ସ୍ତ୍ରୀ ସହିତ ଝଗଡା କରି ସ୍ବାମୀ ଜଣକ ରାସ୍ତା କଡରେ ପଡିଥିବା ଏକ ଭଙ୍ଗା କାଚ ବୋତଲରେ ନିଜ ହାତ କାଟି ପକାଇଥିଲା । ଖବର ପାଇ ଟାଉନଥାନା ପୋଲିସ ଉଭୟଙ୍କୁ ନିଜ ହେପାଜତକୁ ନେଇ ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.