ପ୍ରେମୀ ପାଇଁ ୭ ଜଣଙ୍କୁ କୁରାଢିରେ ହାଣି ହତ୍ୟା କରିଥିବା ସବନମକୁ ଦିଆଯିବ ଫାଶୀ, ସ୍ୱାଧୀନତା ପରେ ପ୍ରଥମ ମହିଳା ଭାବେ ପାଇବେ ଫାଶୀ

କେନ୍ୟୁଜ୍(ବ୍ୟୁରୋ):  ଫାଶୀ ପାଇବ ସବନମ୍ । ସ୍ୱାଧୀନତା ପରେ ଫାଶୀ ପାଇବାରେ ସେ ହେବ ପ୍ରଥମ ମହିଳା । ୧୨ ବର୍ଷ ତଳର ପାପ ପାଇଁ ଫାଶୀଖୁଣ୍ଟରେ ଝୁଲିବ। ଉତ୍ତର ପ୍ରଦେଶ ମଥୁରା ଜେଲରେ ଫାଶୀ ଦିଆଯିବ । ଏଥିପାଇଁ ଜେଲ କର୍ତ୍ତୃପକ୍ଷ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଫାଶୀ ଦଉଡ଼ି ପାଇଁ ଜେଲ୍ କର୍ତ୍ତୃପକ୍ଷ ବଇନା ଦେଇସାରିଲେଣି। କେବଳ ସାନି ଡେଥ୍ ଓ୍ଵାରେଣ୍ଟକୁ ଅପେକ୍ଷା ରହିଛି । ଦେଶର ଏକମାତ୍ର ମଥୁରା ଜେଲରେ ହିଁ ମହିଳାଙ୍କୁ ଫାଶୀ ଦେବାର ବ୍ୟବସ୍ଥା ରହିଛି । ତେବେ ଦେଶ ସ୍ୱାଧୀନ ହେବା ପରେ କୌଣସି ମହିଳାଙ୍କୁ  ଏପର୍ଯ୍ୟନ୍ତ ଫାଶୀ ଦିଆଯାଇ ନାହିଁ । ସବନମ୍ ଏବେ ବରେଲୀ ଜେଲରେ ଥିବା ବେଳେ ଆଗ୍ରା ଜେଲରେ ଅଛି ତାର ପ୍ରେମିକ ସଲିମ୍‌।

ପ୍ରେମିକ ସହ ମିଶି ନିଜ ପରିବାରର ୭ ଜଣଙ୍କୁ କୁରାଢିରେ ହାଣି ହତ୍ୟା କରିଥିଲା ସବନମ୍ । ୨୦୦୮ ଏପ୍ରିଲ ୧୪ ତାରିଖ ରାତିରେ ଆମରୋହା ଜିଲ୍ଲାରେ ଏହି ବିଭତ୍ସ ହତ୍ୟାକାଣ୍ଡ ଘଟାଇଥିଲେ ପ୍ରେମୀ ଯୁଗଳ । ପ୍ରେମରେ କଣ୍ଟା ସାଜିଥିବା ବାପା, ମାଆ, ଭାଇ, ଭଉଣୀ କାହାକୁ ଛାଡ଼ି ନଥିଲା ସବନମ୍ । ୨ ବର୍ଷ ପରେ ଅର୍ଥାତ ୨୦୧୦ରେ ଉୟଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଥିଲେ ଜିଲ୍ଲା କୋର୍ଟ । ପରେ ସୁପ୍ରିମକୋର୍ଟ ତଳକୋର୍ଟର ଫାଶୀ ଦଣ୍ଡାଦେଶକୁ କାଏମ ରଖିଥିଲେ । ଏବେ ସବନମ୍ ପାଇଁ ଆଇନ୍‌ର ସବୁ ବାଟ ବନ୍ଦ ହୋଇଯାଇଛି। ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଆବେଦନ ମଧ୍ୟ ଖାରଜ ହୋଇଯାଇଛି। ସାନି ଡେଥ୍ ଓ୍ଵାରେଣ୍ଟକୁ ଅପେକ୍ଷା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.