ସ୍ୱାମୀ ବୁଝୁନି ସଂପର୍କର ମୂଲ୍ୟ, ସ୍ତ୍ରୀ ମୁଣ୍ଡକୁ ପିଟିପିଟି କଲା ହତ୍ୟା
ଭୁବନେଶ୍ବର : ଯାହାକୁ ହାତ ଧରି ବାହା ହୋଇଥିଲା, ତାକୁ ପର କରିଦେବାକୁ ଟିକେ ମଧ୍ୟ ପଛଘୁଞ୍ଚା ଦେଲା ନାହିଁ ସ୍ୱାମୀ । ସାତ ଜନମର ସାଥୀ ହେବାକୁ ଶପଥ ନେଇଥିଲେ, ହେଲେ ମାତ୍ର ୭ ମିନିଟ୍ ବି ଭାବୁନି ସଂପର୍କର କଥା । ପାରିବାରିକ କଳହରୁ ନିଜର ହିତାହିତ ଜ୍ଞାନ ଭୁଲିଯାଉଛି । ଆଉ ନିଜର ପତ୍ନୀକୁ କରୁଛି ହତ୍ୟା । ଅନେକ ସମୟରେ ଏପରି ଦେଖିବାକୁ ମିଳୁଛି ।
ଏପରି ଆଉ ଏକ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ । ଭୁବନେଶ୍ୱର ଉପକଣ୍ଠ ବାଙ୍କୁଆଳରେ ସ୍ତ୍ରୀ ମୁଣ୍ଡକୁ ପିଟିପିଟି ହତ୍ୟା କରିଛି ସ୍ୱାମୀ । ଘଟଣା ପରେ ଶାଶୁ ଶ୍ୱଶୁର ଫେରାର ହୋଇଯାଇଛନ୍ତି । ଅଭିଯୁକ୍ତ ସ୍ୱାମୀ ଅଜିତ ରଣାକୁ ଗିରଫ କରିଛି ସହିଦନଗର ପୋଲିସ । ଦୁଇ ବର୍ଷ ହେବ ଯୌତୁକ ପାଇଁ ନିର୍ୟାତନା ଦେଉଥିଲେ । ଗତକାଲି ରାତିରେ ନିଶାଶକ୍ତ ଅବସ୍ଥାରେ ହତ୍ୟା କରିଥିବା ଜଣାପଡ଼ିଛି ।