ବିୟୁଟିପାର୍ଲରରେ ସ୍ତ୍ରୀକୁ କଟୁରିରେ ହାଣି ଥାନାରେ ଆତ୍ମସମର୍ପଣ କଲା ସ୍ବାମୀ, ହାଜତ ଭିତରେ ପିଇଲା ବିଷ

ଜଳେଶ୍ବର(କେନ୍ୟୁଜ୍):ପାରିବାରିକ ସମସ୍ୟାକୁ ନେଇ କରୁଣ ପରିଣତି। ସ୍ତ୍ରୀକୁ କଟୁରିରେ ହାଣିଲା ସ୍ୱାମୀ, ଗୁରୁତର ଅବସ୍ଥାରେ କଟକ ମେଡିକାଲରେ ଭର୍ତ୍ତି। ଅନ୍ୟପଟେ କଟୁରି ଧରି ଥାନାରେ ଆତ୍ମ ସମର୍ପଣ କଲା ସ୍ବାମୀ। ସୂଚନା ଅନୁଯାୟୀ ବାଲିଆପାଳ ଥାନା ହାସିମପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ସାହୁ ସିଂଲା ଥାନା ଅନ୍ତର୍ଗତ ନହଞ୍ଜରା ଗ୍ରାମର ଜୟନ୍ତୀ ପ୍ରଧାନଙ୍କୁ ୯ବର୍ଷ ପୂର୍ବେ ବିବାହ କରିଥିଲେ। ବିବାହ ପରଠାରୁ ଉଭୟ ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଏହାକୁ ନେଇ ସ୍ତ୍ରୀ ଜୟନ୍ତୀ ସ୍ୱାମୀଙ୍କ ପାଖରେ ନରହି ବାପଘରେ ରହୁଥିଲା ଏବଂ ସିଂଲା ଥାନା ସମ୍ମୁଖରେ କ୍ରୀଷ୍ଣା ନାମକ ଏକ ବିୟୁଟି ପାର୍ଲର କରିଥିଲେ। ଏହି ଘଟଣାକୁ ନେଇ ପୂର୍ବରୁ ଉଭୟ ବାଲିଆପାଳ ଏବଂ ସିଂଲା ଥାନାରେ ପୃଥକ ପୃଥକ ମାମଲା ରହିଛି।

ଆଜି ସ୍ୱାମୀ ପୂର୍ଣ୍ଣ ଚନ୍ଦ୍ର ଏକ କଟୁରୀ ଧରି ବିୟୁଟି ପାର୍ଲର ପହଞ୍ଚି ତାଙ୍କ ସ୍ତ୍ରୀଙ୍କୁ ଅତର୍କିତ ଆକ୍ରମଣ କରିଥିଲା। ପରେ କଟୁରୀ ସହିତ ସିଂଲା ଥାନାରେ ଆତ୍ମସମର୍ପଣ କରିଛି।  ସ୍ଥାନୀୟ ଲୋକେ ଗୁରୁତର ଜୟନ୍ତୀକୁ ବସ୍ତା ଡ଼ାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ସେପଟେ ହାଜତ ଭିତ.ରେ ଅଭିଯୁକ୍ତ ସ୍ବାମୀ ବିଷ ପିଇ ଦେଇଥିବାରୁ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପୋଲିସ ଘଟଣାର ଅଧିକ ତଦନ୍ତ କରୁଥିବା ବେଳେ ସ୍ୱାମୀ ପୂର୍ଣ୍ଣ ଚନ୍ଦ୍ର ସବୁ ସମୟରେ ମଦ୍ୟପାନ କରି ଜୟନ୍ତୀକୁ ମାରଧର କରୁଥିବାରୁ ଏହି ବିବାଦ ରହିଥିବା କଥା କହିଛନ୍ତି ସ୍ଥାନୀୟ ଲୋକେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.