ଏ କେମିତିକା ସ୍ୱାମୀ ! ନିଜ ସ୍ତ୍ରୀର ତଣ୍ଟି ଚିପି ନିର୍ମମ ଭାବେ ହତ୍ୟା କଲା ସ୍ୱାମୀ

କଣ୍ଟାବାଞ୍ଜି (କେନ୍ୟୁଜ) : ସୈତାନ ସ୍ୱାମୀ । ନିଜ ସ୍ତ୍ରୀକୁ ତଣ୍ଟି ଚିପି ର୍ନିମମ ଭାବେ ହତ୍ୟା କରିଛି ସ୍ୱାମୀ ଜୟରାମ ମାଝୀ । କଣ୍ଟାବାଞ୍ଜି ଥାନା ଧାମନଡଙ୍ଗା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତକ ହେଲେ ଉର୍ମିଳା ମାଝୀ । ବିଭିନ୍ନ ସମୟରେ ଜୟରାମ ଓ ଉର୍ମିଳାଙ୍କ ମଧ୍ୟରେ ଝଗଡା ଲାଗି ରହୁଥିଲା ।

ଗତ କିଛି ଦିନ ହେବ ଉର୍ମିଳା ନିଜ ସ୍ୱାମୀଙ୍କ ନିର୍ଯାତନା ସହି ନପାରି ଥାନାରେ ଅଭିଯୋଗ କରିଥିଲେ । ପରେ ଝଗଡା ଉଗ୍ର ରୂପ ନେଇଥିଲା । ବିଳମ୍ବିତ ରାତିରେ ଜୟରାମ ଉର୍ମିଳାଙ୍କୁ ହତ୍ୟା କରିଛନ୍ତି । କଣ୍ଟାବାଞ୍ଜି ପୋଲିସ ମୃତଦେହ ଜବତ ସହ ଅଭିଯୁକ୍ତକୁ ଗିରଫ କରି ଅଧିକ ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.