Below header

ରାଜଧାନୀକୁ ପ୍ଲାଷ୍ଟିକ ମୁକ୍ତ କରିବାକୁ IDBI ବ୍ୟାଙ୍କର ପ୍ରୟାସ, ବଣ୍ଟାଗଲା ‘ମୁଁ ସଫେଇ ବାଲା’ ଲେଖାଥିବା ୭ ହଜାର ବ୍ୟାଗ୍‌

ଭୁବନେଶ୍ୱରକୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ଆଡିବିଆଇ ବ୍ୟାଙ୍କର ପ୍ରୟାସ । ‘ମୁଁ ପ୍ଲାଷ୍ଟିକ ବ୍ୟବହାର କରିବି ନାହିଁ, ମୁଁ ସଫେଇ ବାଲା’ ଲେଖାଥିବା ୭ ହଜାର ବ୍ୟାଗ ବାଣ୍ଟିଥିଲେ ବ୍ୟାଙ୍କ କର୍ମଚାରୀ । ଆଜି ବିଏମସି କାର୍ଯ୍ୟଳୟ ପରିସରରେ ଆଡିବିଆଇ ବ୍ୟାଙ୍କ ତରଫରୁ ମୁଁ ସଫେଇ ବାଲା ବ୍ୟାଗ ବଣ୍ଟନ ହୋଇଥିଲା । ପ୍ରଥମେ ଭୁବନେଶ୍ୱର ରାଜମହଲ ଛକ ପରିସରେରେ ବ୍ୟାଗ୍‌ ବାଣ୍ଟାଯିବା ପରେ ଏକ ନମ୍ବର ମାର୍କେଟରେ ବାଣ୍ଟିବାର ଯୋଜନା ରହିଛି । ଏଥିସହ ସଚେତନତାର ବାର୍ତ୍ତା ନେଇ ଏକ ଗାଡି ପ୍ରଚାରରେ ବୁଲିଥିଲା । ଏହି ଗାଡିକୁ ଶୁଭାରମ୍ଭ କରିଥିଲେ ବିଏମସି କମିଶନର ପ୍ରେମ ଚାନ୍ଦ ଚୌଧୁରୀ । ଏହି ଅବସରରେ ବିଏମସି କର୍ତ୍ତୃପକ୍ଷଙ୍କ ସମେତ ଆଡିବିଆଇ ବ୍ୟାଙ୍କର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.