Vodafone-ideaର ବମ୍ପର ଅଫର୍‌, ଏବେ ପ୍ରତ୍ୟେକ ଦିନ ୟୁଜର୍ସଙ୍କୁ ମିଳିବ ୩ଜିବି ଡାଟା

ଟେଲିକମ କମ୍ପାନୀ ଭୋଡାଫୋନ-ଆଇଡିଆ (Vodafone-idea) ବଜାରରେ ଏକ ଖାସ୍‌ ଅଫର୍‌ ଲଞ୍ଚ କରିଛନ୍ତି। ଏହି ଅଫର ଜରିଆରେ ଉପଭୋକ୍ତାଙ୍କୁ କମ୍ପାନୀର ୨୪୯ଟଙ୍କା, ୩୯୯ଟଙ୍କା ଏବଂ ୫୯୯ଟଙ୍କାର ପ୍ରିପେଡ ପ୍ଲାନ ସହ ପ୍ରତ୍ୟେକ ଦିନ ୨ଜିବିରୁ ଅଧିକ ଡାଟା ମିଳିବ। ଏହାପୂର୍ବରୁ କମ୍ପାନୀ ଏହି ରିଚାର୍ଜ ପ୍ଲାନ ସହ ଉପଭୋକ୍ତାଙ୍କୁ ପ୍ରତିଦିନ ୧.୫ ଜିବି ଡାଟା ଦେଉଥିଲା। ଏହାବ୍ୟତୀତ ଉପଭୋକ୍ତାଙ୍କୁ କମ୍ପାନୀ ପକ୍ଷରୁ ପୂର୍ବ ଭଳି ଅନଲିମିଟେଡ କଲିଂ, ଏସଏମଏସ ଏବଂ ପ୍ରିମିୟମ ଆପ୍ସର ସବ୍ସକ୍ରିପ୍ସନ ମିଳିବ। ତେବେ ଆସନ୍ତୁ ଜାଣିବା ରିଚାର୍ଜ ପ୍ଲାନ ବିଷୟରେ।

idea-userVodafone-ideaର ୨୪୯ ଟଙ୍କିଆ ପ୍ଲାନ

କମ୍ପାନୀର ଲାଟେଷ୍ଟ ଅଫର୍‌ ଜରିଆରେ ଆପଣଙ୍କୁ ଏହି ପ୍ଲାନ ସହ ପ୍ରତିଦିନ ୩ଜିବି ଡାଟା ମିଳିବ। ଏଥିସହ ଆପଣ କୌଣସି ବି ନେଟଓ୍ଵର୍କରେ ଅନଲିମିଟେଡ କଲିଂ କରିପାରିବେ। ଏହାବ୍ୟତୀତ କମ୍ପାନୀ ଆପଣଙ୍କୁ ପ୍ରିମିୟମ ଆପ୍ସର ସବ୍ସକ୍ରିପ୍ସନ ଦେବ। ସେହିଭଳି ପ୍ୟାକର ସମୟସୀମା ୨୮ ଦିନ ରହିଛି।

simVodafone-ideaର ୩୯୯ଟଙ୍କିଆ ପ୍ଲାନ

ଏହି ପ୍ଲାନ ଜରିଆରେ ପ୍ରତ୍ୟେକ ଦିନ ୩ଜିବି ଡାଟା ମିଳିବ। ଏଥିସହ ଆପଣ କୌଣସି ବି ନେଟଓ୍ଵର୍କରେ ଅନଲିମିଟେଡ କଲିଂ କରିପାରିବେ। ଏହାବ୍ୟତୀତ କମ୍ପାନୀ ଆପଣଙ୍କୁ ପ୍ରିମିୟମ ଆପ୍ସର ସବକ୍ରିପ୍ସନ ଦେବ। ସେହିଭଳି ଏହି ପ୍ୟାକର ସମୟସୀମା ୫୬ ଦିନ ରହିଛି।

idea-vodaVodafone-ideaର ୫୯୯ଟଙ୍କିଆ ପ୍ଲାନ

କମ୍ପାନୀ ଲାଟେଷ୍ଟ ଅଫର୍‌ ଜରିଆରେ ଆପଣଙ୍କୁ ଏହି ପ୍ଲାନ ସହ ପ୍ରତିଦିନ ୩ଜିବି ଡାଟା ମିଳିବ। ଏଥିସହ କୌଣସି ବି ନେଟଓ୍ଵର୍କରେ ଅନଲିମିଟେଡ କଲିଂ ସହ କମ୍ପାନୀ ଆପଣଙ୍କୁ ପ୍ରିମିୟମ ଆପ୍ସର ସବ୍ସକ୍ରିପ୍ସନ ଦେବ। ଏହି ପ୍ୟାକର ସମୟସୀମା ୮୪ ଦିନ ପର୍ଯ୍ୟନ୍ତ ରହିଛି।

Vodafone-Ideaତିନଟି ପ୍ରିପେଡ୍‌ ପ୍ଲାନରେ ସମୁଦାୟ କେତେ ଜିବି ଡାଟା ମିଳିବ

ଭୋଡାଫୋନ-ଆଇଡିଆର ୫୯୯ ଟଙ୍କିଆ ପ୍ଲାନରେ ସମୁଦାୟ ୨୫୨ ଜିବି ଡାଟା ମିଳିବ, ଯାହା ଏହା ପୂର୍ବରୁ ସମୁଦାୟ ୧୨୬ ଜିବି ଡାଟା ମିଳୁଥିଲା। ଏହାବ୍ୟତୀତ ୩୯୯ ଟଙ୍କିଆ ପ୍ଲାନରେ ସମୁଦାୟ ୧୬୮ ଜିବି ଡାଟା ମିଳୁଛି କିନ୍ତୁ ଏହା ପୂର୍ବରୁ ୮୪ ଜିବି ଡାଟା ମିଳୁଥିଲା। ସେହିଭଳି ଅନ୍ୟପଟେ ୨୪୯ଟଙ୍କିଆ ପ୍ଲାନରେ କମ୍ପାନୀ ଏଥିରେ ୟୁଜର୍ସଙ୍କୁ ସମୁଦାୟ ୮୪ ଜିବି ଡାଟା ଦେବ, ଯାହା ପୂର୍ବରୁ ୪୨ଜିବି ଡାଟା ଦେଉଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.