Below header

ଆସାମ ସଂସ୍କୃତି ‘ଗମୋସା’କୁ ନେଇ ଏହି ଅଭିନେତ୍ରୀ ଉପରେ ଲାଗିଲା ଆରୋପ, ଟ୍ଵିଟ୍‌ କରି ରଖିଲେ ନିଜର ମତ

ବଲିଉଡ ଅଭିନେତ୍ରୀ ୟାମୀ ଗୌତମ ଏବେ ସୋସିଆଲ ମିଡିଆ ଯୁଜର୍ସଙ୍କ ଟାର୍ଗେଟରେ। ୟାମୀଙ୍କ ଉପରେ ଆସାମ ସଂସ୍କୃତି ଗମୋସାର ଅପମାନ କରିଥିବା ଆରୋପ ଅଭିଯୋଗ ଲାଗିଛି। ଗୁଆହାଟୀ ଏୟାରପୋର୍ଟରେ ୟାମୀ ଅଜାଣତରେ ଏପରି କିଛି କରିଦେଇଛନ୍ତି, ଯାହାକୁ ନେଇ ପରେ ଟ୍ଵିଟ୍‌ କରି କ୍ଷମା ମାଗିଛନ୍ତି।

yami

ଘଟଣା ମୁତାବକ, ଗୁଆହାଟୀ ଏୟାରପୋର୍ଟରେ ୟାମୀଙ୍କ ଜଣେ ପ୍ରଶଂସକ ଗମୋସା ( ଲାଲ ଏବଂ ଆକାଶିଆ ରଙ୍ଗର ଗାମୁଛା) ଦେବାକୁ ଚେଷ୍ଟା କରିଥିଲେ। କିନ୍ତୁ ୟାମୀ ଏହାକୁ ନିଜ ଠାରୁ ଦୂରେଇ ଦେଇଥିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ୟୁଜର୍ସ ଏହାକୁ ଜାଣିବା ପରେ ୟାମୀଙ୍କୁ ଏବେ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି। ଏହାକୁ ନେଇ ଅନେକ ୟୁଜର୍ସ ବିଭିନ୍ନ ପ୍ରକାର କମେଣ୍ଟ ଦେବା ସହିତ ଟ୍ରୋଲ କରିବାରେ ଲାଗିପଡିଛନ୍ତି।

1111

ଯାହାକୁ ନେଇ ୟାମୀ ଟ୍ଵିଟ୍‌ କରି ଲେଖିଛନ୍ତି, ମୋତେ କିମ୍ବା କୌଣସି ଯୁବତୀଙ୍କୁ ନିଜର ସଂପୂର୍ଣ୍ଣ କଥା କହିବାର ଅଧିକାର ରହିଛି। ମୁଁ କାହାର ଭାବନାକୁ ଆଘାତ ଦେବାକୁ ଚାହୁଁନି, ଯଦି ମୋର କୌଣସି କଥାବାର୍ତ୍ତ କିମ୍ବା ବ୍ୟବହାର ଆପଣଙ୍କୁ ଖରାପ ଲାଗିଛି, ତେବେ ମୁଁ ଦୁଃଖିତ। ମୁଁ କୌଣସି ସଂସ୍କୃତିକୁ ନୁହେଁ ବରଂ ନିଜକୁ ସେଲ୍‌ଫ ଡିଫେନ୍ସ କରିଥିଲି। ଏହା ବିରୋଧରେ ସ୍ୱର ଉତ୍ତୋଳନ କରିବା ନୁହେଁ ବରଂ ଏହାକୁ ରୋକିବା ମଧ୍ୟ ଜରୁରୀ। ଅନ୍ୟ ଏକ ଟ୍ଵିଟ୍‌ରେ ୟାମୀ କହିଛନ୍ତି, ଆସାମ ସଂସ୍କୃତିକୁ ସେ ବହୁତ ଭଲ ପାଆନ୍ତି। ଏହାପୂର୍ବରୁ ୟମାୀ ତିନି ଥର ଆସାମ ଯାଇଛନ୍ତି, ଏବଂ ସେଠାରେ ‘ଗ୍ରେଟ ଗୁଆହାଟୀ ମାରାଥନ ୨୦୨୦’ରେ ଗମୋସା ମଧ୍ୟ ସ୍ୱୀକାର କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.