ଭାରତରେ ବି କରୋନା ଭୟ, ଚିହ୍ନଟ ହେଲେ ୨ ନୂଆ COVID-19 ପଜିଟିଭ୍‌

ଭାରତରେ କରୋନା ଭାଇରସ୍‌ର ଦୁଇଟି ନୂଆ ମାମଲା ସାମ୍ନାକୁ ଆସିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୋମବାର ଦିଲ୍ଲୀ ଓ ତେଲେଙ୍ଗାନାରେ ନୂଆ କରୋନା ଭାଇରସ୍‌ ବା କୋଭିଡ୍‌-୧୯ ପିଜିଟିଭ୍‌ ମାମଲାକୁ ନେଇ ସୂଚନା ଦେଇଛନ୍ତି।

corona2

ମନ୍ତ୍ରଣାଳୟର ସୂଚନା ମୁତାବକ ଦିଲ୍ଲୀରେ ନୂଆ କରୋନା ଭାଇରସ୍‌ ରୋଗୀ ଇଟାଲୀରୁ ଫେରିଥିବା ବେଳେ ତେଲେଙ୍ଗାନାର ଆକ୍ରାନ୍ତ ରୋଗୀ ଦୁବାଇରୁ ଫେରିଥିଲେ। ଉଭୟ ରୋଗୀଙ୍କୁ ଡାକ୍ତର ଅବଜରଭେସନ୍‌ରେ ରଖିଛନ୍ତି।

ସୂଚନାଯୋଗ୍ୟ ଯେ ପୂର୍ବରୁ ମଧ୍ୟ କେରଳର ଜଣେ ବ୍ୟକ୍ତିଙ୍କଠାରେ କରୋନା ଭାଇରସ୍‌ ଚିହ୍ନଟ ହୋଇଥିଲା। ମାତ୍ର ଚିକିତ୍ସା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବ୍ୟକ୍ତି ଜଣକ ବୁହାନରେ ପଢ଼ୁଥିବା ଜଣାଯାଇଛି।

କରୋନା ଭାଇରସ୍‌ର ଭୟାବହତାକୁ ଦେଖି ଭାରତର ପ୍ରସ୍ତୁତିକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଏକ ପ୍ରେସ୍‌ କନ୍‌ଫରେନ୍ସ ଆୟୋଜନ କରିଥିଲେ। ସେଥିରେ ସେ ବିଦେଶ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇପାରନ୍ତି ବୋଲି ଆଶଙ୍କା କରାଯାଉଛି। ସେ କହିଛନ୍ତି ଯେ ୨୫ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ଉପରେ ତୀକ୍ଷ୍ମଣ ନଜର ରଖାଯାଇଛି। ଏଥିସହ ୫,୫୭,୨୫୭ ଯାତ୍ରୀଙ୍କ ସ୍କ୍ରିନିଂ କରାସରିଛି ଓ ସାମ୍ପଲକୁ ଟେଷ୍ଟ ପାଇଁ ୧୫ ଲ୍ୟାବ୍‌କୁ ପଠାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.