ନିର୍ଭୟା ଦୋଷୀଙ୍କ ସବୁ ବିକଳ୍ପ ଶେଷ, କାଲି ଫାଶୀରେ ଝୁଲିପାରନ୍ତି ଚାରି ଦୋଷୀ

କାଲି ଫାଶୀ । ଝୁଲିବେ ନିର୍ଭୟାଙ୍କ ଚାରି ନର ରାକ୍ଷସ । ଫାଶୀ ଟାଳିବାକୁ ଆଉ ସମୟ ଦିଆଯିବନି । ଡେଥ୍‌ ଓ୍ଵାରେଣ୍ଟ ଉପରେ ରୋକ ଲଗାଇବାକୁ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟ । ଫାଶୀ ଉପରେ ସ୍ଥଗିତାଦେଶ ପାଇଁ ଆବେଦନ କରିଥିଲେ ଅକ୍ଷୟ ଓ ପଓ୍ଵନ । ସେପଟେ ଫାଶୀ ଫନ୍ଦାରୁ ବର୍ତ୍ତିବା ପାଇଁ ରାଷ୍ଟ୍ରପତିଙ୍କ ପାଖରେ ରାଜକ୍ଷମା ଆବେଦନ କରିଛି ନିର୍ଭୟାଙ୍କ ଦୋଷୀ ପଓ୍ଵନ ଗୁପ୍ତା । ଆଜି ତାର କ୍ୟୁରେଟିଭ୍‌ ପିଟିସନ୍‌ ଖାରଜ କରିଥିଲେ ସୁପ୍ରିମକୋର୍ଟ । ଏହାସହ ଏହାସହ ଫାଶୀ ଦଣ୍ଡାଦେଶକୁ କୋହଳ କରି ଆଜୀବନ କାରା ଦଣ୍ଡାଦେଶ କରିବା ପାଇଁ ପଓ୍ଵନ କରିଥିବା ଆବେଦନକୁ ବି ଖାରଜ କରିଛନ୍ତି ପାଞ୍ଚ ଜଣିଆ ଖଣ୍ଡପୀଠ । ତେବେ ଆସନ୍ତାକାଲି ଫାଶୀ ଦିଆଯିବ କି ନାହିଁ ତା ଉପରେ ଏବେ ବି ସସପେନ୍ସ । ପୂର୍ବରୁ ଅନ୍ୟ ତିନି ଦୋଷୀଙ୍କ ସମସ୍ତ ଆଇନଗତ ବିକଳ୍ପ ଶେଷ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.