ବଦଳିବ ଫେସ୍‌ବୁକ୍‌ ମେସେଞ୍ଜରର ଡିଜାଇନ୍‌, ହଟାଇ ଦିଆଯିବ ଏସବୁ ପ୍ରମୁଖ ଟ୍ୟାବ୍‌

ଯୁଗସହ ଲୋକଙ୍କ ଯୋଗାଯୋଗର ମାଧ୍ୟମରେ ମଧ୍ୟ ପରିବର୍ତ୍ତନ ଘଟିଛି। ପୂର୍ବରୁ ଲୋକେ ଫୋନ୍‌ରେ କଥାବାର୍ତ୍ତା ହେଉଥିବା ବେଳେ ଏବେ ସମୟ ବଦଳିଛି। କଥାବାର୍ତ୍ତା କରିବା ଅପେକ୍ଷା ଲୋକେ ଏବେ ଚାଟିଂ କରିବାକୁ ଅଧିକ ପସନ୍ଦ କରୁଛନ୍ତି। ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଭିନ୍ନ ଚାଟିଂ ଆପ୍‌ ମଧ୍ୟ ବଜାରରେ ଉପଲବ୍ଧ ହେଲାଣି। ସେଥିମଧ୍ୟରୁ ଗୋଟିଏ ହେଉଛି ଫେସ୍‌ବୁକ୍‌ ମେସେଞ୍ଜର। ଏବେ ଫେସ୍‌ବୁକ ମେସେଞ୍ଜର ଆପ୍‌ର ଡିଜାଇନ୍‌ରେ କେତେକ ପରିବର୍ତ୍ତନ କରିବାକୁ ଯାଉଛି।

Messenger 2

ମେସେଞ୍ଜରକୁ ସିମ୍ପଲ ଓ ଫାଷ୍ଟ କରିବା ପାଇଁ ଫେସ୍‌ବୁକ୍‌ ନିଷ୍ପତ୍ତି ନେଇଛି। ରିପୋର୍ଟ ମୁତାବକ ଏବେ ଷ୍ଟୋରେଜ୍‌ ସହ People ଟ୍ୟାବ୍‌କୁ ହାଇଲାଇଟ୍‌ କରାଯିବ। ଏହି ପରିବର୍ତ୍ତନ ପରେ ସାଙ୍ଗମାନଙ୍କ ଷ୍ଟୋରି ଏକାଥରେ ସ୍କ୍ରିନ୍‌ରେ ଦେଖାଯିବ। କୁହାଯାଉଛି ଯେ ଏହି ପରିବର୍ତ୍ତନ କରି ଫେସ୍‌ବୁକ୍‌ ସ୍ନାପଚାଟ୍‌କୁ ଚ୍ୟାଲେଞ୍ଜ ଦେବ ଓ ଷ୍ଟୋରି ଫିଚରକୁ ପ୍ରମୋଟ୍‌ କରିବ। ଫଳରେ ଅଧିକ ୟୁଜର ଏହାକୁ ବ୍ୟବହାର କରିପାରିବେ।

facebook messenger

ଷ୍ଟେନ୍‌ ଚଡ଼ନୋବସ୍କିଙ୍କ ଟିମ୍‌ ଫଙ୍କସନାଲ ମେସେଜିଂ ଆପ ଉପରେ କାମ କରୁଛି। ନୂଆ ଡିଜାଇନ୍‌ରେ ଫେସ୍‌ବୁକ୍‌ People ସେକ୍ସନ୍‌କୁ ପ୍ରମୋଟ୍‌ କରୁଥିବା ଦେଖାଯାଇଛି। ଏଠାରେ ୟୁଜରମାନେ ଏକାସଙ୍ଗେ ସାଙ୍ଗମାନଙ୍କର ଷ୍ଟୋରି ଦେଖିପାରିବେ, ଯାହା ଗତ ୨୪ ଘଣ୍ଟା ମଧ୍ୟରେ ସେୟାର କରାଯାଇଥିବ।

messenger

କେବଳ ସାଧାରଣ ମେସେଞ୍ଜର ନୁହେଁ କମ୍ପାନୀ ମେସେଞ୍ଜର କିଡ୍ସରେ ମଧ୍ୟ କେତେକ ପରିବର୍ତ୍ତନ କରୁଛି। ଏଥିରେ ପୂର୍ବାପେକ୍ଷା ଅଭିଭାବକଙ୍କୁ କଣ୍ଟ୍ରୋଲ କରିବାକୁ ଅଧିକ ସୁଯୋଗ ମିଳିବ। ଫେସ୍‌ବୁକରେ ପିଲା କାହା ସହ ଚାଟ୍‌ କରୁଛି ଏବେ ଅଭିଭାବକ ବି ତାହା ଦେଖିପାରିବେ। ଚଳିତ ମାସରୁ ୟୁଜର୍ସ ନୂତନ ମେସେଞ୍ଜର ମଜା ଉଠାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.