Below header

ମାଟି ତଳୁ ମିଳିଲା ୧୨୦୦ ବର୍ଷର ପ୍ରାଚୀନ ୫୦୫ଟି ସୁନା ପଇସା, ଯାହାର ମୂଲ୍ୟ ପାଖାପାଖି ୬୮ ଲକ୍ଷ ଟଙ୍କା!

ତାମିଲନାଡ଼ୁର ତିରୁଚିରାପଲ୍ଲୀ ଜିଲା ଥିରୁବନାଇକବଲଠାରେ ଥିବା ଜମ୍ବୁକେଶ୍ୱର ମନ୍ଦିରରେ କିଛିଦିନ ତଳେ ଖନନ କାଯ୍ୟର୍ ଚାଲିଥିଲା। ଏହି ସମୟରେ ମାଟିର ୭ ଫୁଟ ତଳୁ ଏକ ତମ୍ବା ପାତ୍ର ମିଳିଥିଲା, ଯେଉଁଥିରେ ୫୦୫ଟି ସୁନାର ପଇସା ଗଚ୍ଛିତ ରହିଥିଲା। ପଇସାଗୁଡ଼ିକ ୧୦୦୦ରୁ ୧୨୦୦ ବର୍ଷର ପୁରୁଣା ହୋଇଥିବା ବେଳେ ଓଜନ ପାଖାପାଖି ୧.୭୧୬ କିଲୋଗ୍ରାମ ହେବ। ସେହିପରି ମୂଲ୍ୟ ପ୍ରାୟ ୬୮ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

ମନ୍ଦିର ପ୍ରଶାସନର କହିବା ଅନୁଯାୟୀ, ଏହି ପ୍ରାଚୀନ ପଇସାରେ ଆରବି ଭାଷାରେ କିଛି ଲେଖାଯାଇଛି। ଜିଲାପାଳ ସିବାରସୁ କହିଥିଲେ ଯେ ପଇସା ବିଷୟରେ ଅଧିକ ତଥ୍ୟ ଜାଣିବା ପାଇଁ ରାଜ୍ୟ ପ୍ରତ୍ନତାତ୍ତ୍ୱିକ ବିଭାଗକୁ ସୂଚନା ଦିଆଯାଇଛି। ଖନନ ବେଳେ ମନ୍ଦିର ପ୍ରଶାସନ ଏହାକୁ ନିଜ ପାଖରେ ରଖିଦେଇଥିଲା। ପରେ ତାଙ୍କୁ ତହସିଲଦାରଙ୍କ ସରକାରୀ ଭଣ୍ଡାରରେ ଜମା କରିବାକୁ କୁହାଯାଇଥିଲା। ସନ୍ଧ୍ୟା ୭ଟାରେ ସୁନା ପଇସା ହସ୍ତାନ୍ତର କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.