Below header

ଆଜିଠୁ ୫ଦିନ ପର୍ଯ୍ୟନ୍ତ ଶସ୍ତାରେ କିଣି ପାରିବେ ସୁନା, ସରକାର ଦେଉଛନ୍ତି ଖାସ୍‌ ଅଫର୍‌

ବାରମ୍ବାର ସୁନା ଦର ବଢିବାକୁ ନେଇ ସରକାର ଶସ୍ତାରେ ସୁନା କିଣିବାର ସୁଯୋଗ ଦେଇଛନ୍ତି। ନିବେଶକ ‘ସୋଭରେନ ଗୋଲ୍ଡ ବଣ୍ଡ’ ଯୋଜନା ଜରିଆରେ ବଜାର ମୂଲ୍ୟରୁ କମରେ ସୁନା କିଣିପାରିବେ। ଆଜି ଏହି ଯୋଜନାର ପ୍ରଥମ ଦିନ। ଏହିକାରଣରୁ ଯଦି ଆପଣ ଏହି ଯୋଜନାର ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ଆଉ ବିଳମ୍ବ କରନ୍ତୁ ନାହିଁ। ଏହି ବିକ୍ରି ଉପରେ ମିଳିବାକୁ ଥିବା ଲାଭ ଉପରେ ଆୟକର ନିୟମ ଦ୍ୱାରା ରିହାତି ମିଳିବ। ତେବେ ଆସନ୍ତୁ ଜାଣିବା ଏହି ଯୋଜନା ବିଷୟରେ।

goldଏହି ଯୋଜନା ଜରିଆରେ ଆପଣ ଗ୍ରାମ ପ୍ରତି ୪,୨୬୦ ଟଙ୍କାରେ ସୁନା କିଣିପାରିବେ। ଅର୍ଥାତ ଯଦି ଆପଣ ୧୦ ଗ୍ରାମ ସୁନା କିଣୁଛନ୍ତି ତେବେ ଏହାର ମୂଲ୍ୟ ୪୨, ୬୦୦ଟଙ୍କା ହେବ। ଏହାବ୍ୟତୀତ ଯଦି ଅନଲାଇନ ଜରିଆରେ ଗୋଲ୍ଡ ବଣ୍ଡ କିଣାଯାଏ ତେବେ ସରକାର ଏଭଳି ନିବେଶକଙ୍କୁ ଗ୍ରାମ ପ୍ରତି ୫୦ ଟଙ୍କା ଅତିରିକ୍ତ ରିହାତି ଦେବେ। ଅର୍ଥାତ ଅନଲାଇନ୍‌ ସୁନା କିଣିବା ଉପରେ ନିବେଶକଙ୍କୁ ଗ୍ରାମ ପ୍ରତି ସୁନା ୪,୨୫୫ଟଙ୍କା ଦେବାକୁ ପଡିବ। ଏଥିରେ ଆପଣଙ୍କୁ ୪୨,୫୫୦ ଟଙ୍କାରେ ୧୦ ଗ୍ରାମ ସୁନା ମିଳିଯିବ। ସେହିଭଳି ଦିଲ୍ଲୀର ସର୍ରଫା ବଜାରରେ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ପାଖାପାଖି ୪୩,୦୦୦ ଟଙ୍କା ରହିଛି। ସୂଚନା ମୁତାବକ ଆପଣ ଗୋଲ୍ଡ ବଣ୍ଡ ବ୍ୟାଙ୍କ, ଡାକଘର, ଏନଏସଇ ଏବଂ ବିଏସଇ ବ୍ୟତୀତ ଷ୍ଟକ ହୋଲ୍ଡିଂ କର୍ପୋରେସନ ଅଫ୍‌ ଇଣ୍ଡିଆ ଲିମିଟେଡ ଜରିଆରେ ମଧ୍ୟ କିଣିପାରିବେ।

ଏଭଳି ମିଳିବ ଆୟକର ରିହାତି

gstଗୋଲ୍ଡ ବଣ୍ଡର ପରିପକ୍ୱତା ସମୟ ଆଠ ବର୍ଷ ହୋଇଥାଏ ଏବଂ ଏଥିରେ ବର୍ଷକୁ ୨.୫ ପ୍ରତିଶତ ସୁଧ ମିଳିଥାଏ। ବଣ୍ଡରେ ମିଳୁଥିବା ସୁଧ ନିବେଶକଙ୍କ ଟ୍ୟାକ୍ସ ସ୍ଲାବର ଅନୁରୂପ କର ଯୋଗ୍ୟ ହୋଇଥାଏ। ଯଦି ବଣ୍ଡର ତିନି ବର୍ଷ ପରେ ଏବଂ ଆଠ ବର୍ଷର ପରିପକ୍ୱତା ସମୟ ପୂର୍ବରୁ ବିକ୍ରି କରାଯାଇଥାଏ ତେବେ ଏଥିରେ ୨୦ ପ୍ରତିଶତ ଦରରେ (ଏଲଟିସିଜି) ଟ୍ୟାକ୍ସ ଲାଗିବ, କିନ୍ତୁ ପରିପକ୍ୱତା ସମୟ ପରେ ବିକ୍ରି ଉପରେ ମିଳୁଥିବା ସୁଧ କରମୁକ୍ତ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.