Below header

ଘୋର ଆର୍ଥିକସଂକଟ ଦେଇ ଗତି କରୁଛି IDCOL, ଓଡ଼ିଶା ମାଇନିଂ କର୍ପୋରେସନ ସହ ମିଶାଇ ଦେବେ ରାଜ୍ୟ ସରକାର

ଭୁବନେଶ୍ବର(କେନ୍ୟୁଜ୍):  ଓଡ଼ିଶା ମାଇନିଂ କର୍ପୋରେସନ-ଓଏମସିରେ ମିଶିବ ଇଡକଲ । ଇଣ୍ଡଷ୍ଟ୍ରିଆଲ ଡେଭଲପମେଣ୍ଟ କର୍ପୋରେସନ ଅଫ୍‌ ଓଡ଼ିଶା ଲିମିଟେଡ଼-ଇଡକଲ ଏବେ ଘୋର ଆର୍ଥିକସଂକଟ ଦେଇ ଗତି କରୁଛି। ଏହାକୁ ଦୃଷ୍ଟିରେ ରଖି ଓଏମସି ସହ ଇଡକଲକୁ ମିଶ୍ରଣ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଖଣି ଓ ଇସ୍ପାତ ବିଭାଗ ପକ୍ଷରୁ ଏପ୍ରିଲ ୨୭ ତାରିଖରେ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। କେବଳ ଇଡକଲ ନୁହେଁ ଇଡକଲ ଅଧିନରେ ଥିବା ସଂସ୍ଥାଗୁଡ଼ିକ ମଧ୍ୟ ଓଏମସିରେ ମିଶିବେ । ଇଡକଲ କଳିଙ୍ଗ ଆଇରନ ୱାର୍କ ଲିମିଟେଡ଼, ଇଡକଲ ଫେରୋକ୍ରମ ଅବଂ ଆଲଏଜ ଲିମିଟେଡ ମଧ୍ୟ ଓଏମସିରେ ମିଶ୍ରଣ ହେବ।

ଇଡକଲର ରୋଏଡ଼ା-ସି ଲୁହାପଥର ଖଣି ଓଏମସି ଅଧିନକୁ ଯିବା ପରେ ଆହୁରି ଆର୍ଥିକ ଦୁଃସ୍ଥିତି ଦେଇ ଗତି କରୁଛି ଇଡକଲ । ଦିନକୁ ଦିନ ଇଡକଲର କ୍ଷତି ମଧ୍ୟ ବଢି ଚାଲିଛି। ସେପଟେ ଋଣ ପରିମାଣ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଋଣ ଭରଣା ପାଇଁ ଇଡକଲ ପାଖରେ ଆଉ ସାମର୍ଥ୍ୟ ନାହିଁ। ତେଣୁ ଏ ସ୍ଥିତିରେ ଇଡକଲକୁ ଓଏମସିରେ ମିଶାଇବା ପାଇଁ ପ୍ରସ୍ତାବ ଆସିଥିଲା। ମିଶ୍ରଣ ପାଇଁ ବିଶେଷଜ୍ଞଙ୍କ ଠାରୁ ମତାମତ ଲୋଡ଼ା ଯାଇଥିଲା । ଏ ପ୍ରସ୍ତାବ ଉପରେ ବିଶେଷଜ୍ଞ ଟିମ୍‌ ରାଜ୍ୟ ସରକାରଙ୍କୁ ଗ୍ରୀନ ସିଗନାଲ ଦେବା ପରେ ରାଜ୍ୟ ସରକାର ମିଶ୍ରଣ ପାଇଁ ବିଧିବଦ୍ଧ ନିଷ୍ପତ୍ତି ନେଇଥିଲେ। ସେପଟେ ଇଡ଼କଲ ପାଖରେ ଅନେକ ଲ୍ୟାଣ୍ଡବ୍ୟାଙ୍କ ରହିଛି। ଓଏମସିର ବ୍ୟାବସାୟିକ ବୃଦ୍ଧିରେ ଏହା ସହାୟକ ହେବ ବୋଲି କୁହାଯାଉଛି।..

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.