Below header

Xiaomiର ୫ କୋଟିରୁ ଅଧିକ ସମ୍ପତ୍ତି ଜବତ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ପକ୍ଷରୁ ଆଜି ଘୋଷଣା କରାଯାଇଛିଯେ ସଂଗଠନ ପକ୍ଷରୁ ଟେକ୍ନୋଲୋଜି ଇଣ୍ଡିଆ ପ୍ରଭେଟ ଲିମିଟେଡ଼ ସହ ଜଡିତ ୫,୫୫୧.୨୭ କୋଟି ଟଙ୍କା ଜବତ କରାଯାଇଛି । ଏହି ନିଷ୍ପତ୍ତି ୧୯୯୯ ର ବିଦେଶୀ ମୁଦ୍ରା ପ୍ରବନ୍ଧନ ନିର୍ଦେଶକୟ ପକ୍ଷରୁ ପ୍ରବନ୍ଧନ ଶୈଳୀରେ ହିଁ କରାଯାଇଛି । ଏପଟେ ଯାଞ୍ଚ ଏଜେନ୍ସି ପକ୍ଷରୁ କୁହାଯାଇଛିକି ସିଜ ହୋଇଥିବା ଟଙ୍କା କମ୍ପାନୀର ବ୍ୟାଙ୍କ ଖାତାରେ ଜମା ହୋଇଥିଲା ଯାହାକୁ ପର ମୁହୂର୍ତ୍ତରେ ଅକ୍ତିଆର କରାଯାଇଛି । ସମାଚାର ଏଜେନ୍ସି ମୁତାବକ ଏହି ମାସର ପ୍ରାରମ୍ଭରେ ସାମ୍ନାକୁ ଆସିଥିଲାକି ଉକ୍ତ ଏଜେନ୍ସି ଯାଞ୍ଚ ସମୟରେ ସାଓମୀ କର୍ପୋରେସନର ଜଣେ ଭାରତୀୟ ମୁଖ୍ୟଙ୍କୁ ଏହା ନିର୍ଦ୍ଧାରିତ କରିବାକୁ ଡାକିଥିଲାକି । କମ୍ପାନୀର ବ୍ୟବସାୟିକ ପ୍ରଥା ଭାରତୀୟ ବିଦେଶୀ ମୁଦ୍ରା ଆଇନର ଅନୁରୂପ ଅଟେ କି ନାହିଁ ଏହା ଯାଞ୍ଚ କରିବାର ଥିଲା । ପ୍ରାୟ ଦୁଇ ମାସରୁ ଅଧିକ ସମୟ ହେବ ଇଡି କମ୍ପାନୀ ବାବଦରେ ଯାଞ୍ଚ କରୁଛି । ଏହି ସମୟରେ ଏଜେନ୍ସି ଭାରତର ପୂର୍ବତନ ପ୍ରବନ୍ଧ ନିର୍ଦ୍ଦେଶକ ମନୁ କୁମାର ଜୈନଙ୍କୁ ପଚରାଉଚୁରା ପାଇଁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ଅବଶ୍ୟ ଏହା ଉପରେ ଏଜେନ୍ସି ପକ୍ଷରୁ କୌଣସି ପ୍ରକାର ଟିପ୍ପଣୀ ଦିଆଯାଇନାହିଁ ।

ଏକ ସମ୍ବାଦ ସଂସ୍ଥାକୁ ନିଜ ବୟାନ ଦେବା ସମୟରେ ସାଓମୀ ପକ୍ଷରୁ କୁହାଯାଇଛିକି କମ୍ପାନୀ ସମସ୍ତ ଭାରତୀୟ ଆଇନ ପାଳନ କରିଥାଏ । ଆଉ ସବୁ ନିୟମ ଗୁଡିକୁ ଅନୁପାଳନ ମଧ୍ୟ କରିଥାଏ । ଆମେ ଅଧିକାରୀଙ୍କ ସହ ଯାଞ୍ଚ କାର୍ଯ୍ୟରେ ସହଯୋଗ କରୁଛୁ ଆଉ ଆଗକୁ ବି କରିବୁ । ସେମାନେ ଯେମିତି ସମସ୍ତ ତଥ୍ୟ ପାଇପାରନ୍ତୁ ଆମେ ସେନେଇ ସମ୍ପୂର୍ଣ୍ଣ ସହଯୋଗ କରିବୁ ।

ରିପୋର୍ଟ ଅନୁଯାୟୀ, ଇଡି ତରଫରୁ ସାଓମି ଇଣ୍ଡିଆ, ଏହା ସହିତ ଜଡିତ ଥିବା ନିର୍ମାତାଙ୍କ ସମେତ ଚିନର ମୂଳ ବ୍ୟବସାୟୀଙ୍କ ରେକର୍ଡକୁ ନେଇ ଯାଞ୍ଚ କାରବାର ଚାଲିଛି । ସୂତ୍ର ଅନୁଯାୟୀ ସାଓମୀ ଇଣ୍ଡିଆ ଓ ଏହାର ମୂଳ ମାଲିକଙ୍କ ମଧ୍ୟରେ ରଏଲଟି ସହିତ ଫଣ୍ଡ ପ୍ରବାହର ଯାଞ୍ଚ କାରବାର ଜାରିରହିଛି । କହିରଖିବା ଉଚିତ ହେବକି, ଭାରତୀୟ ବଜାରରେ ସାଓମିର ୨୪ ପ୍ରତିଶତ ଭାଗ ରହିଛି । ଏହା ସହ ୨୦୨୧ ରେ ସାଓମି ହେଉଛି ଭାରତରେ ସର୍ବାଧିକ ବିକ୍ରି ହେଉଥିବା ସ୍ମାର୍ଟଫୋନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.