ଲକଡାଉନରେ ଆଦର୍ଶ ବିବାହ, ଗରିବ ଝିଅକୁ ବାହା କରିବାକୁ ସହଯୋଗର ହାତ ବଢ଼ାଇଲେ ସାମାଜିକ ଅନୁଷ୍ଠାନ

ତାଳଚେର: ସାରା ବିଶ୍ୱରେ ଲକଡାଉନ ଚାଲିଥିବା ବେଳେ ତାଳଚେରରେ ଏକ ଆଦର୍ଶ ବିବାହ ଦେଖିବାକୁ ମିଳିଛି । ଏଠାକାର ଚିତ୍ରକୁଟ ଶିବ ମନ୍ଦିରରେ ନିରାଡମ୍ବର ସହକାରେ ଏକ ବିବାହ ଅନୁଷ୍ଠିତ ହୋଇଯାଇଛି । ତାଳଚେର ଟାଉନ୍ ବିରାଦରପଡା ନିବାସୀ ପଂଚାନନ ବେଉରା ଜଣେ ଗରିବ ଓ ଅସହାୟ ବ୍ୟକ୍ତି । ତାଙ୍କ ଝିଅର ବିବାହ ବୟସ ହୋଇ ଯାଇଥିଲେ ମଧ୍ୟ ଆର୍ଥୀକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ବିବାହ କରି ପାରୁନଥିଲେ । ଏଥିପାଇଁ ଚିନ୍ତାଗ୍ରସ୍ତ ଥିଲେ ପଞ୍ଚାନନ ।  ଏହି ଖବର ପାଇ ତାଳଚେରର ସାମାଜିକ ଅନୁଷ୍ଠାନ ମାତୃଭୂମୀ ଫାଉଣ୍ଡେସନ୍ ସହଯୋଗର ହାତ ବଢ଼ାଇଥିଲେ ।  ଫାଉଣ୍ଡେସନର ସଦସ୍ୟ ମାନେ ଏହି ଆଦର୍ଶ ବିବାହ କରିବାକୁ ନିଷ୍ପତି ନେଇଥିଲେ । ସାରା ରାଜ୍ୟରେ ଲକ୍ ଡାଉନ୍ ପାଳନ ହେଉଥିବାବେଳେ ଏହି ବିବାହ କରିବାକୁ ପ୍ରଶାସନ ପାଖରୁ ମାତୃଭୂମି ଫାଉଣ୍ଡେସନ ଅନୁମତି ଆଣିଥିଲେ । ପ୍ରଶାସନର ନିର୍ଦ୍ଦେଶ କ୍ରମେ ତାଳଚେର ସାମନ୍ତସାହି (ୱାର୍ଡ ନଂ-୨) ର ଚନ୍ଦନ ଦାସଙ୍କ ସହିତ ବିରାଦରପଡାର ବିଷ୍ଣୁପ୍ରିୟା ବେଉରାଙ୍କର ବିବାହ ହୋଇଥିଲା । ଲକଡାଉନ ଯୋଗୁଁ ନାଁ ଥିଲା  ହୋମ  ନା ଥିଲା ନିଆଁ କେବଳ ଉଭୟ ଉଭୟକୁ ମନ୍ଦିରରେ ବରଣମାଳା ପିନ୍ଧାଇ ହୋଇଛନ୍ତି ବାହାଘର ।  ଏଥିରେ ସୀମିତ ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା ରଖି   ନିରାଡମ୍ବର ଭାବେ ବିବାହ ଉତ୍ସବ ସମ୍ପନ୍ନ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.