Below header

ଯାଜପୁର ଗସ୍ତରେ ଗୁଇନ୍ଦା ମହାନିର୍ଦ୍ଦେଶକ ସତ୍ୟଜିତ୍ ମହାନ୍ତି, ସ୍ଥିତି କଲେ ଅନୁଧ୍ୟାନ

ଯାଜପୁର ଟାଉନ(କେନ୍ୟୁଜ୍): ଯାଜପୁର ଗସ୍ତରେ ଗୁଇନ୍ଦା ମହାନିର୍ଦ୍ଦେଶକ ସତ୍ୟଜିତ୍ ମହାନ୍ତି । ସେ ଆଜି ଯାଜପୁରରେ ପହଂଚି ପ୍ରଥମେ କୋରୋନାର ହଟସ୍ପଟ ପାଲଟିଥିବା ଦଶରଥପୁର ବ୍ଳକର କଟିକଟା ପଞ୍ଚାୟତକୁ ଯାଇଥିଲେ । ସେଠାରେ ପରିସ୍ଥିତି ଅନୁଧ୍ୟାନ କରିବା ସହିତ ବିଭିନ୍ନ କ୍ୱାରେଂଟିନ କେନ୍ଦ୍ରକୁ ମଧ୍ୟ ଯାଇଥିଲେ ।

satyajit2

ସେଠାରୁ ଫେରିବା ପରେ ଯାଜପୁର ଥାନା ପରିଦର୍ଶନ କରିଥିଲେ । ଥାନାରେ ରହିଥିବା ବିଭିନ୍ନ ସୁବିଧା ଅସୁବିଧା ସଂପର୍କରେ ପଚାରିବୁଝିଥିଲେ । ଥାନା ପରିସରରେ ଥିବା ବାରାକକୁ ମଧ୍ୟ ବୁଲି ଦେଖିଥିଲେ । ଗୁଇନ୍ଦା ମହାନିର୍ଦ୍ଦେଶକଙ୍କ ସହିତ ଯାଜପୁର ଏସପି ଚରଣ ସିଂ ମିନା ମଧ୍ୟ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.