Below header

ଲକଡାଉନ ଯୋଗୁଁ ଗାଁରେ ଫସିଯାଇଛନ୍ତି ଏହି ଅଭିନେତ୍ରୀ, ଏବେ ଚୁଲିରେ କରୁଛନ୍ତି ରୋଷେଇ

ଲକଡାଉନ ପାଇଁ ଘରୁ ବାହାରକୁ ବାହାରିବା କଷ୍ଟକର ହୋଇପଡ଼ିଛି। ଅନେକ ଲୋକ ଅଛନ୍ତି ଯୋଉଁମାନେ ନିଜ ଘରଠାରୁ ଦୂରେଇ ଅନ୍ୟ ସ୍ଥାନରେ ଫସି ରହିଛନ୍ତି। ଏମିତି କିଛି ଘଟିଛି ଛୋଟ ପରଦାର ଚର୍ଚ୍ଚିତ ଅଭିନେତ୍ରୀ ରତନ ରାଜପୁତଙ୍କ ସହ। ଲକଡାଉନ ଯୋଗୁ ରତନ ବିହାରର ଏକ ଗାଁରେ ଫସି ରହିଛନ୍ତି। ସେଠାର ସେ କିପରି ଜୀବନ ବିତାଉଛନ୍ତି ତା’ର ଭିଡିଓ କରି ସବୁ ସମୟରେ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି। ନିକଟରେ ଏକ ଭିଡିଓ ସେ ଶେୟାର କରିଛନ୍ତି। ସେହି ଭିଡିଓରେ ସେ ଚୁଲିରେ ଦହିଭାତ କିପରି ତିଆରି ହେବ ତାହା ପ୍ରଶଂସକଙ୍କୁ ଶିଖାଉଛନ୍ତି। ସେ ସହଜରେ ରୋଷେଇ କରୁଥିବା ବେଳେ ଚୁଲି ଲଗାଇବା ତାଙ୍କ ପକ୍ଷେ କଷ୍ଟକର ହୋଇପଡ଼ିଥିବା ଭିଡିଓରେ ଦେଖିବାକୁ ମିଳୁଛି।

ସୂଚନାଯୋଗ୍ୟ, ବିହାରରେ ଏବେ ଖୁବ୍‌ ବର୍ଷା ହେଉଛି। ଏହି ବର୍ଷାରେ ରତନ ରୋଷେଇ କରୁଥିବା ଚୁଲି ଓଦା ଯୋଗୁଁ ଖାଦ୍ୟ ପ୍ରସ୍ତୁତ କରିବା କଷ୍ଟକର ହୋଇପଡୁଛି। ଏହା ପୂର୍ବରୁ ରତନଙ୍କ ଆଉ ଏକ ଭିଡିଓ ସେୟାର କରିଥିଲେ। କିପରି ଗାଁରେ ଲାଇନ ଚାଲିଗଲେ ଫୋନ ଟର୍ଚ୍ଚରେ ଜୀବନ ବିତାଇ ହୋଇପାରିବ ତାହାର ଭିଡିଓ ସେୟାର କରିଥିଲେ। ରତନ ଛୋଟପରଦାର ଅତି ପରିଚିତ ନାମ। ସେ ‘ରାଧା କି ବେଟିୟା କୁଛ୍ କର୍ଦିଖାଏଗୀ’, ‘ଅଗ୍ଲେ ଜନମ ମୋହେ ବିଟିୟା ହି କିଯୋ’, ‘ସ୍ୱୟମ୍ବର’, ‘ଜୟ ସନ୍ତୋଷୀ ମା’ ଆଦି ଧାରାବାହିକରେ ନଜର ଆସିସାରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.