Below header

ସରକାରୀ କର୍ମଚାରୀଙ୍କୁ ଲାଗିଲା ବଡ ଝଟକା, DA ପରେ ଏବେ କମିଲା GPF ସୁଧହାର

କରୋନା ଭାଇରସ ନେଇ ଲକ ଡାଉନ ସମୟରେ ଦେଶର ସରକାରୀ କର୍ମଚାରୀଙ୍କ ପାଇଁ ଏକ ଖରାପ ସୂଚନା ଆସିଛି । ନିକଟରେ କର୍ମଚାରୀ ମାନଙ୍କ ମହଙ୍ଗା ଭତ୍ତା ବା ଡ଼ିଏକୁ ଆସନ୍ତା ବର୍ଷ ପର୍ଯ୍ୟନ୍ତ ଟଳାଯିବା ପରେ କେନ୍ଦ୍ର ସରକାର ଜେନେରାଲ ପ୍ରୋଭିଡେଣ୍ଟ ଫଣ୍ଡ ବା ଜିପିଏଫର ସୁଧ ହାର ହ୍ରାସ କରିବା ନେଇ ନିଷ୍ପତ୍ତି ନେଇଛନ୍ତି । ନୂଆ ସୁଧ ହାର ବାବଦରେ ପୂର୍ବରୁ ଅଧିସୂଚନା ଦିଆ ଯାଇସାରିଛି | ମିଳିଥିବା ସୂଚନା ଅନୁଯାୟୀ  ୧ ଏପ୍ରିଲ ୨୦୨୦ ତାରିଖରୁ ୩୦ ଜୁନ ୨୦୨୦ ତାରିଖ ପର୍ଯ୍ୟନ୍ତର ସମୟ ପାଇଁ ଜିପିଏଫ ଉପରେ ୭.୧ ପ୍ରତିଶତ ପର୍ଯ୍ୟନ୍ତ ସୁଧ ମିଳିବ । ଯେବେକି ପୂର୍ଵ ତ୍ରୟମାସିକ ଗୁଡିକରେ ଏହା ଉପରେ ୭.୯ ପ୍ରତିଶତ ପର୍ଯ୍ୟନ୍ତ ସୁଧ ମିଳୁଥିଲା ।

gpf

କହି ରଖିବା ଉଚିତ ହେବକି, ଜିପିଏଫର ସୁଧ ହାର ତିନି ମାସ ଆଧାରରେ ହିଁ ସ୍ଥିର କରାଯାଇଥାଏ । ଏହା କେବଳ ମାତ୍ର ସରକାରୀ କର୍ମଚାରୀ ମାନଙ୍କୁ ହିଁ ମିଳିଥାଏ । ଏହା ମଧ୍ୟ ଏକ ପ୍ରକାର ରିଟାୟାରମେଣ୍ଟ ପ୍ଲାନିଙ୍ଗ, ଯାହା କର୍ମଚାରୀଙ୍କୁ ସେମାନଙ୍କ ରିଟାୟାରମେଣ୍ଟ ପରେ ହିଁ ମିଳିଥାଏ । ସରକାରୀ କର୍ମଚାରୀ ମାନେ ନିଜ ସ୍ୟାଲେରୀର ୧୫ ପ୍ରତିଶତ ଜିପିଏଫ ଖାତାରେ ଯୋଗଦାନ କରିପାରିବାର ନିୟମ ରହିଛି । କହି ରଖିବା ଉଚିତ ହେବକି ଆମ ଦେଶରେ ସର୍ବମୋଟ ୧୦ ପ୍ରକାରର ଜିପିଏଫ ପ୍ରଚଳିତ ଅଛି ।

ଟ୍ୟାକ୍ସ ଏକ୍ସପର୍ଟ ଅନିଲ କେ. ଶ୍ରୀବାସ୍ତବଙ୍କ ଅନୁଯାୟୀ, ସରକାରୀ କର୍ମଚାରୀ ମାନଙ୍କୁ ସେମାନଙ୍କ ରିଟାୟାରମେଣ୍ଟ ସମୟରେ ଜିପିଏଫ ଖାତା ଜମା ରାଶିର ଏକ ନିଶ୍ଚିତ ଭାଗ ମିଳିଥାଏ | ପିଏଫ ଖାତାରେ କର୍ମଚାରୀ ଦେଉଥିବା ଯୋଗଦାନ ଅନୁଯାୟୀ ହିଁ ସେମାନଙ୍କ ଆୟକର ଛାଡ କରାଯାଇଥାଏ । ଏହି ନିୟମ ସବୁ ପ୍ରକାର ପିଏଫ ଖାତା ଉପରେ ଲାଗୁ ହୋଇଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.