ପାଞ୍ଚ ଗୁଣା ହ୍ରାସ ପାଇଛି ସୂର୍ଯ୍ୟର ଚମକ, କାରଣ ଖୋଜୁଛନ୍ତି ବୈଜ୍ଞାନିକ

ସାଧାରଣତଃ ଆମେ ସମସ୍ତେ ଜାଣିଛେ ଯେ ସୂର୍ଯ୍ୟ ସକଳ ଶକ୍ତିର ଆଧାର । ପୃଥିବୀ ସୂର୍ଯ୍ୟର ଆଲୋକରେ ଆଲୋକିତ ହୁଏ ଏବଂ ରାତିର ଅନ୍ଧକାରରେ ସମାପ୍ତ ହୁଏ । ଏହା ବ୍ୟତୀତ ଆମେ ସୂର୍ଯ୍ୟଙ୍କଠାରୁ ହିଁ ଅଧିକ ଶକ୍ତି ପାଇଥାଉ । କିନ୍ତୁ ଥରେ ଭାବନ୍ତୁ ତ ଯଦି ସୂର୍ଯ୍ୟଙ୍କ ଶକ୍ତି ସବୁଦିନ ପାଇଁ ଦୁର୍ବଳ ହୋଇଯାଏ ତାହେଲେ ? ଯଦି ସୂର୍ଯ୍ୟଙ୍କ ଆଲୋକ ସବୁଦିନ ପାଇଁ ଲିଭିଯାଏ ତାହେଲେ କଣ ହେବ ଏଇ ପୃଥିବୀର ? ଆଜ୍ଞା ହଁ ନିକଟରେ ବୈଜ୍ଞାନିକମାନେ କହିଛନ୍ତି ଯେ ନିଜର ଆଲୋକରେ ପୃଥିବୀକୁ ଆଲୋକିତ କରୁଥିବା ସୂର୍ଯ୍ୟଙ୍କ ଉଜ୍ଜ୍ୱଳତା ଦିନକୁ ଦିନ କମ ହେବାରେ ଲାଗିଛି । ଆକାଶଗଙ୍ଗାରେ ଥିବା ଅନ୍ୟ ତାରାମାନଙ୍କ ତୁଳନାରେ ସୂର୍ଯ୍ୟ ଦୁର୍ବଳ ହୋଇଯାଇଛନ୍ତି । ବୈଜ୍ଞାନିକମାନଙ୍କ ମତରେ ସୂର୍ଯ୍ୟ ଟିକିଏ ନୁହେଁ ବରଂ ବହୁତ ଦୁର୍ବଳ ହୋଇଯାଇଛନ୍ତି । ତେବେ ଏହା ପଛର କାରଣ ଖୋଜିବାକୁ ବୈଜ୍ଞାନିକମାନେ ଚେଷ୍ଟା ଚଳାଇଛନ୍ତି ।

प्रतीकात्मक तस्वीर

ପୃଥିବୀରେ ସୂର୍ଯ୍ୟ ହେଉଛି ଏକମାତ୍ର ଶକ୍ତିର ଉତ୍ସ, କିନ୍ତୁ ହଜାରେ ବର୍ଷ ଧରି ଏହା କ୍ରମାଗତ ଭାବରେ ଦୁର୍ବଳ ହେବାକୁ ଲାଗୁଛି । ଜର୍ମାନୀର ମ୍ୟାକ୍ସ ପ୍ଲାନ୍କ ଇନଷ୍ଟିଚ୍ୟୁଟର ସ୍ପେସ୍ ବୈଜ୍ଞାନିକମାନେ ସୂର୍ଯ୍ୟର ଉଜ୍ଜ୍ୱଳତା ହ୍ରାସ ପାଉଛି ବୋଲି ଦାବି କରିଛନ୍ତି । ଆମେରିକାର ସ୍ପେସ୍ ଏଜେନ୍ସି ନାସାର କେପଲର ସ୍ପେସ୍ ଟେଲିସ୍କୋପରୁ ମିଳିଥିବା ତଥ୍ୟ ଅନୁଯାୟୀ ସୂର୍ଯ୍ୟଙ୍କ ଉଜ୍ଜ୍ୱଳତା ଏବଂ ଶକ୍ତି ଅନ୍ୟ ତାରାମାନଙ୍କ ତୁଳନାରେ ଦିନକୁଦିନ କ୍ଷୀଣ ହେବାରେ ଲାଗିଛି ।

प्रतीकात्मक तस्वीर

ସୂର୍ଯ୍ୟ ଏବଂ ସୂର୍ଯ୍ୟଙ୍କ ଭଳି ଅନ୍ୟ ତାରାଗୁଡ଼ିକଙ୍କର ବୟସ, ଉଜ୍ଜ୍ୱଳତା ଏବଂ ରୋଟେସନକୁ ଆଧାର କରି ଏହି ଅଧ୍ୟୟନ କରାଯାଇଛି । ଗତ ୯୦୦୦ ବର୍ଷ ପରେ ଏହାର ଉଜ୍ଜ୍ୱଳତାରେ ୫ ଗୁଣ ହ୍ରାସ ହୋଇଛି । ତେବେ ମ୍ୟାକ୍ସ ପ୍ଲାନ୍କ ଇନଷ୍ଟିଚ୍ୟୁଟର ବୈଜ୍ଞାନିକମାନେ ଏହାଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଯେ ଆମ ଗ୍ୟାଲେକ୍ସିରେ ସୂର୍ଯ୍ୟଙ୍କ ଅପେକ୍ଷା ଅଧିକ ସକ୍ରିୟ ତାରା ଅଛନ୍ତି । ଗତ କିଛି ହଜାର ବର୍ଷ ଧରି ସୂର୍ଯ୍ୟ ଶାନ୍ତ ଅଛନ୍ତି ଯାହାକି ସୂର୍ଯ୍ୟଙ୍କ ପୃଷ୍ଠରେ ସୃଷ୍ଟି ହୋଇଥିବା ସୋଲାର ସ୍ପଟରୁ ଗଣନା କରାଯାଇଛି ।

प्रतीकात्मक तस्वीर

୧୬୧୦ ମସିହାରୁ, ସୂର୍ଯ୍ୟ ଉପରେ ସୃଷ୍ଟି ହୋଇଥିବା ସୋଲାର ସ୍ପଟଗୁଡ଼ିକ କ୍ରମାଗତ ଭାବରେ ହ୍ରାସ ପାଉଛି । ବୈଜ୍ଞାନିକମାନଙ୍କ ମତରେ ଗତବର୍ଷ ୨୪୬ ଦିନ ପର‌୍ୟ୍ୟନ୍ତ ସୂର୍ଯ୍ୟଙ୍କ ଉପରେ ଗୋଟିଏ ବି ସ୍ପଟ ଦେଖାଯାଇନଥିଲା । ସୂର୍ଯ୍ୟର ମଧ୍ୟଭାଗରୁ ଯେତେବେଳେ ପ୍ରବଳ ଉତ୍ତାପ ତରଙ୍ଗ ଉପରକୁ ଉଠିଥାଏ ସେତେବେଳେ ସୋଲାର ସ୍ପଟ ସୃଷ୍ଟି ହୋଇଥାଏ । ତେବେ ଏନେଇ ବୈଜ୍ଞାନିକମାନେ କହିଛନ୍ତି ଯେ ସରଳ ଭାଷାରେ ଆମେ ଏହା କହିପାରିବା କି ସୂର୍ଯ୍ୟ କ୍ଳାନ୍ତ ହୋଇ ଟିକିଏ ଶୋଇପଡୁଛନ୍ତି ।

ଯଦି ସୂର୍ଯ୍ୟର ମଧ୍ୟଭାଗରେ ଅଗ୍ନି ବିସ୍ଫୋରଣ ନହୁଏ କିମ୍ବା ସୋଲାର ସ୍ପଟ ସୃଷ୍ଟି ନହୁଏ ତାହେଲେ ଏହାର ଅର୍ଥ ହେଉଛି ସୂର୍ଯ୍ୟ ଅନ୍ୟ ତାରାମାନଙ୍କ ତୁଳନାରେ ଦୁର୍ବଳ ହୋଇପଡିଛନ୍ତି । ସୂର୍ଯ୍ୟଙ୍କ ଉଜ୍ଜ୍ୱଳତା ସହିତ ଶକ୍ତି ମଧ୍ୟ ଦୁର୍ବଳ ହୋଇପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.