ଜାଲରେ ପଡୁଛି ଟନ୍‌ଟନ୍‌ ଇଲିଶି: ଦର କମିଛି, ତଥାପି କିଲୋ ପିଛା ୧୩ ଶହରୁ ୧୪ ଶହ ଟଙ୍କା

ଚାନ୍ଦବାଲି(କେନ୍ୟୁଜ୍): କମିଛି ଇଲିଶି ଦର, ତଥାପି କିଲୋ ୧୩ ଶହରୁ ୧୪ ଶହ ଟଙ୍କା। ମେଘୁଆ ପାଗ ସହ ଝିପିଝିପ ବର୍ଷା ଯୋଗୁ ଭଦ୍ରକ ଜିଲ୍ଲା ଧାମରା ମୁହାଣରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡୁଛି ଟନ୍‌ଟନ୍‌ ଇଲିଶି । ଇଲିଶି କିଣିବାକୁ ବ୍ୟବସାୟୀ ଓ ଗ୍ରାହକଙ୍କ ଭିଡ ଲାଗୁଛି ଧାମରା ଚନ୍ଦିନିପାଳ ମାଛ ଜେଠିରେ।

ତେବେ ଏତେ ଇଲିସି ମାଛ ଧରା ହେଉଥିଲେ ମଧ୍ୟ କମୁନି ଦର । ଆଗରୁ ୧ କେଜି ଇଲିଶି ୨ ହଜାର ଟଙ୍କାରେ ବିକ୍ରି ହେଉଥିଲା। ଏବେ କେଜି ୧୩ରୁ ୧୪ ଶହ ଟଙ୍କାରେ ମିଳୁଛି। ଯେତିକି ମାଛ ଧରା ହେଉଛି ସେହି ତୂଳନାରେ ଦର କମୁନି ବୋଲି ଗ୍ରାହକ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.