ଭଦ୍ରକରେ ବେଆଇନ ବାଣ କାରଖାନା ଜବତ, ଜଣେ ଗିରଫ

ଭଦ୍ରକ (କେନ୍ୟୁଜ୍) : ବେଆଇନ ବାଣ କାରଖାନା ଜବତ, ଜଣେ ଗିରଫ । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଚିହ୍ନାମାଳି ଗାଁରେ ବେଆଇନ୍ ଭାବେ ବାଣ ତିଆରି କରୁଥିବା ଦେବେନ୍ଦ୍ର ଜେନାଙ୍କୁ ପୋଲିସ ଗିରଫ କରିଛି । ଗାଁ ଲୋକଙ୍କଠାରୁ ଅଭିଯୋଗ ପାଇବା ପରେ କେନ୍ଦୁଆପଦା ଫାଣ୍ଡି ପୋଲିସ ପହଞ୍ଚି ବାଣ କାରଖାନାରେ ଚଢଉ କରିଥିଲା । ପ୍ରାୟ ୫୦ ହଜାର ଟଙ୍କାର ବାଣ ଜବତ କରିବା ସହ ଦେଦେନ୍ଦ୍ରଙ୍କୁ ଗିରଫ କରିଛି ପୋଲିସ ।